Marutiର ଏହିସବୁ ମଡ଼େଲ ବିକ୍ରି ହେଉଛି ଅତି ଶସ୍ତାରେ, ଆପଣ ବି କିଣନ୍ତୁ ନିଜ ମନ ପସନ୍ଦ ମଡେଲ

ଆଜିକାଲି ପୁରୁଣା ଗାଡ଼ି କିଣିବା କଷ୍ଟ ନହେଲେ ବି ଏହାର ଦାମ କିନ୍ତୁ ସମସ୍ତଙ୍କ ପାଇଁ ସୁହାଇନଥାଏ। ତେବେ ଏହାକୁ ଧ୍ୟାନରେ ରଖି ଅନେକ ଅନଲାଇନ ପ୍ଲାଟଫର୍ମ ବାହାରିଛି। ଯେଉଁଠି ଆପଣଙ୍କୁ ପୁରୁଣା ଗାଡ଼ିକୁ ଖୁବ କମରେ କିଣିପାରିବେ। ଏହିସବୁ ପ୍ଳାଟଫର୍ମ ଭରସାଯୋଗ୍ୟ ମଧ୍ୟ। ଆମେ ଆଜି ସେହି ସବୁ କାରର ଏକ ଲିଷ୍ଟ ଆପଣଙ୍କ ପାଇଁ ନେଇ ଆସିଛୁ। ଯାହାର ଦାମ ରହିଛି ପୁରା କମ।

ଆଜିକାଲି ପୁରୁଣା କାର କିଣିବା ବଡ଼ ମୁକ୍ସିଲ ନୁହେଁ। କାରଣ ଅନେକ ଅନଲାଇନ ପ୍ଳାଟଫର୍ମ ରହିଛି। ଯେଉଁଠାରେ ପୁରୁଣା କାର ର ବିକ୍ରି ସହିତ ଆପଣ ସେଠାରୁ କିଣି ମଧ୍ୟ ପାରିବେ। ଆମେ ଆଜି ଆପଣଙ୍କ ତାହାର ଏକ ପୁରା ତାଲିକା ଆପଣଙ୍କୁ କହିବୁୂ। ଆମେ ଯେଉଁ କାର ସମ୍ପର୍କରେ ଆପଣଙ୍କୁ କହିବୁ ତାହାର ଦାମ ପାଖାପାଖି ୨ ଲକ୍ଷ ଟଙ୍କା ହେବ।

ପ୍ରଥମରେ ରହିଛି 2012 maruti Alto 800 LXI MANUAL: ଏହାର ଦାମ ରହିଛି ପାଖାପାଖି ୨,୦୫,୨୯୯ ଟଙ୍କା। ଏହା ବର୍ତ୍ତମାନ ପର୍ଯ୍ୟନ୍ତ ୮୬,୧୨୩ କିମି ଚାଲିଛି। ଏଥିରେ ପେଟ୍ରୋଲ ଇଞ୍ଜିନ ଓ ଫାଷ୍ଟ ଓନର ରହିଛି। ଏହାର ନମ୍ବର ହରିଆଣାର ରହିଛି।

-2013 Maruti Alto 800 LXi MANUAL: ଏହି କାର ପାଇଁ ପ୍ରାଇସ ମନି ରହିଛି ୨,୦୯,୮୯୯ ଟଙ୍କା। ଏହା ବର୍ତ୍ତମାନ ପର୍ଯ୍ୟନ୍ତ ୯୦,୪୦୭ କିମି ଚାଲିଛି। ଏଥିରେ ପେଟ୍ରୋଲ ଇଞ୍ଜିନ ରହିଛି। ଏହାସହିତ ସିଏନଜି କିଟ ମଧ୍ୟ ଆପଣ ଏଥିରେ ପାଇବେ। ଏହା ଫାଷ୍ଟ ଓନର କାର। ଏହାର ନମ୍ବର ରହିଛି ଦିଲ୍ଲୀର।

-2012 Hyundai i10 Era1.1 IRIDE MANUAL: ଏହାର ଦାମ ରହିଛି ୨,୧୧,୯୯୯ ଟଙ୍କା। କାର ଏବେ ପର୍ଯ୍ୟନ୍ତ ୪୫,୭୩୨ କିମି ଚାଲିଛି। ଏଥିରେ ପେଟ୍ରୋଲ ଇଞ୍ଜିନ ରହିଛି। ଏହା ସେକେଣ୍ଡ ଓନର କାର। ଏହାର ନମ୍ବର ମଧ୍ୟ ଦିଲ୍ଲୀ ର ରହିଛି।

– 2009 Maruti Swift Dzire VXI 1.3 MANUAL: ଏହାର ଦାମ ରହିଛି ୨,୧୪,୧୯୯ ଟଙ୍କା। ଏହା ବର୍ତ୍ତମାନ ପର୍ଯ୍ୟନ୍ତ ୨୬,୪୯୫ କିମି ଚାଲିଛି। ଏଥିରେ େଟ୍ରୋଲ ଇଞ୍ଜିନ ରହିଛି। ଏହା ମଧ୍ୟ ସେକେଣ୍ଡ ଓନର କାର। ଏହାର ନମ୍ବର ଦିଲ୍ଲୀର ରହିଛି।

– 2011 Maruti Wagon R 1.0 VXI MANUAL: ଏହାର ଦାମ ହେଉ ଛି ୨,୨୨,୪୯୯ ଟଙ୍କା। ଏହା ଏବେ ପର୍ଯ୍ୟନ୍ତ ୩୭,୮୩୧ କିମି ଚାଲିଛି। ଏହା ମଧ୍ୟ ସେକେଣ୍ଡଓନର କାର। ଏଥିରେ ପେଟ୍ରୋଲ ଇଞ୍ଜିନ ରହିଛି। ଏହାର ନମ୍ବର ମଧ୍ୟ ଦିଲ୍ଲୀର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.