ଗାଡି ଧରିବା ସ୍ୱପ୍ନକୁ ପୂରଣ କରିବାକୁ କରୁଛନ୍ତି କି କାର୍ ଲୋନ୍? ତେବେ ଏହି ଦିଗ ପ୍ରତି ଧ୍ୟାନ ନିଅନ୍ତୁ ନିିଶ୍ଚୟ

ଏବେ କାରର ଡିମାଣ୍ଡ ବହୁତ ଅଧିକ, ଏହା ବର୍ତ୍ତମାନ ଲୋକଙ୍କ ଆବଶ୍ୟକତା ମଧ୍ୟରେ ଯୋଡି ହୋଇଯାଇଛି। ଯୁଗ ସହ ଲୋକଙ୍କ ଲାଇଫଷ୍ଟାଇଲରେ ମଧ୍ୟ ପରିବର୍ତ୍ତନ ହୋଇଛି। ଏବେ ପ୍ରାୟ ସମସ୍ତଙ୍କ ଘରେ କାର ଦେଖିବାକୁ ମିଳୁଛି। ଯଦି କୌଣସି ବ୍ୟକ୍ତି ପ୍ରଥମେ ଘର କିଣୁଛନ୍ତି ତା ପରେ ଇଚ୍ଚା କରୁଛନ୍ତି କାରଟିଏ କିଣିବାକୁ । ଯଦି ଆପଣଙ୍କର ବି କାର କିଣିବକୁ ଇଚ୍ଛା ଅଛି ଏବଂ ଏଥିପାଇଁ ଲୋନ୍‌ କରିବାକୁ ଚାହୁଁଛନ୍ତି ତାହେଲେ ଆମେ ଆପଣଙ୍କୁ ଜଣାଇବୁ କିଛି ଖାସ୍‌ କଥା। କାର୍ କିଣିବା ପାଇଁ ବ୍ୟାଙ୍କରୁ ଲୋନ୍ ନେବା ପାଇଁ ଆପଣ ଚାହୁଁଥିଲେ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍ । କେବଳ ସୁଧର ଦରକୁ ଆଖି ଆଗରେ ରଖି ଲୋନ୍ ନେବାର ନିଷ୍ପତ୍ତି ନେବା ଉଚିତ୍ ନୁହେଁ । ତାହେଲେ ନଜର ପକାଇବା କାର୍ ଲୋନ୍ ନେବା ପୂର୍ବରୁ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍ ।

  1. ସର୍ବ ପ୍ରଥମେ ଭିନ୍ନ ଭିନ୍ନ ଫାଇନାନ୍ସରୁ ଜାଣନ୍ତୁ ଆପଣଙ୍କୁ କେତେ ଲୋନ୍ ମିଳିପାରିବ ।
  2. ଏହା ପରେ ଜାଣନ୍ତୁ କାର୍ ମୂଲ୍ୟର କେତେ ପ୍ରତିଶତ ଲୋନ୍ ମିଳିପାରିବ । ତେବେ ଚେଷ୍ଟା କରନ୍ତୁ ଅତି କମରେ ସମ୍ପୂର୍ଣ୍ଣ ମୂଲ୍ୟର ୨୦ ପ୍ରତିଶତ ନିଜ ପକେଟରୁ ଦେବେ ।
  3. ଏବେ ଦେଖନ୍ତୁ ୮୦ ପ୍ରତିଶତ କିମ୍ବା ତାଠାରୁ ଅଧିକ ଯେଉଁ ଲୋନ୍ କରାଯିବ ଏହା କାରର ଏକ୍ସ ଶୋରୁମ୍ ମୂଲ୍ୟ ଉପରେ କରାଯିବ ଅଥବା ଅନ୍ ରୋଡ୍ ମୂଲ୍ୟ ଉପରେ ।
  4. ଅଲଗା ଅଲଗା ବ୍ୟାଙ୍କର ସୁଧ ହାରର ତୁଳନା କରନ୍ତୁ । ଯେଉଁ ବ୍ୟାଙ୍କରେ ଆପଣ ସବୁବେଳେ ଲେଣ ଦେଣ କରୁଛନ୍ତି ଏବଂ ଉକ୍ତ ବ୍ୟାଙ୍କ ସହ ଉତ୍ତମ ସଂପର୍କ ଅଛି ତେବେ ସେହି ବ୍ୟାଙ୍କ୍ ହିଁ ଆପଣଙ୍କ ଭଲ ସୁଧରେ ଲୋନ୍ ଦେଇପାରିବ ।
  5. ସୁଧ ହାର ବ୍ୟତୀତ ଅନ୍ୟ ଫିସ୍ ଗୁଡିକ ମଧ୍ୟ ତୁଳନା କରନ୍ତୁ । ଯେମିତି କି ପ୍ରୋସେସିଙ୍ଗ୍ ଫିସ୍ , ଫାଇଲକ୍ଲୋଜର୍ ଚାର୍ଜ ଏବଂ ପାର୍ଟ ପ୍ରି ପେମେଣ୍ଟ ଫିସ୍ ।
  6. କିଛି ବ୍ୟକ୍ତି ସମୟ ପୂର୍ବରୁ ଲୋନ୍ ବନ୍ଦ କରିଦେଇଥାନ୍ତି । ତେଣୁ ଏପରି କ୍ଷେତ୍ରରେ ଏପରି ବ୍ୟାଙ୍କରୁ ଲୋନ୍ ଆଣନ୍ତୁ ଯିଏ କମ୍ ପ୍ରିପେମେଂଟ୍ ଚାର୍ଜ ଏବଂ ଫାଇଲକ୍ଲୋଜର୍ ଚାର୍ଜ ନେଇଥାଏ ।
  7. ୧ ବର୍ଷରୁ ୭ ବର୍ଷ ପର୍ଯ୍ୟନ୍ତ ଲୋନ୍ ନେବା ଉଚିତ୍ । ଏହାଠୁ ଅଧିକ ସମୟ ପାଇଁ ଲୋନ୍ ନେଲେ ଯଦିଓ ଇଏମଆଇ କମ୍ ଆସିବ ତଥାପି ଅଧିକ ସୁଧ ଦେବାକୁ ପଡିବ ।
  8. ଏହା ମଧ୍ୟ ଧ୍ୟାନ ରଖନ୍ତୁ ଯେ ଆପଣଙ୍କ ପୁରା ଇଏମଆଇ ଆୟର ୩୫ ପ୍ରତିଶତଠାରୁ ଅଧିକ ହେବା ଅନୁଚିତ୍ ।
  9. ସମୟ ପୂର୍ବରୁ ଲୋନ୍ ଶୁଝିଦେଲେ ବ୍ୟାଙ୍କ୍ ଏକ ଏନଓସି ସାର୍ଟିଫିକେଟ୍ ଦେଇଥାଏ । ଯାହାର ବୈଧତା ୩ ମାସ । ଏହାର ଗୋଟିଏ କପି ଇନ୍ସୁରାନ୍ସ କମ୍ପାନୀରେ ଜମା କରି ଇନ୍ସୁରାନ୍ସରୁ ବ୍ୟାଙ୍କର ନାଁ ହଟାଇ ଦିଅନ୍ତୁ ।
  10. ଏହା ବ୍ୟତୀତ ଗୋଟିଏ କପି ଆରଟିଓ ଅଫିସରେ ଜମା କରି ଗାଡିର ନୂଆ ଆରସି କେବଲ୍ ନିଜ ନାଁରେ କରିଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.