ଟ୍ରିଟନ୍‌ ଇଲେକଟ୍ରିକ କାର୍‌, ଲଞ୍ଚ ହେବା ପୂର୍ବରୁ ୧୮ ହଜାର କୋଟି ଟଙ୍କାର ଅର୍ଡ଼ର ବୁକ୍‌

ଦେଶରେ ପେଟ୍ରୋଲ ଓ ଡିଜେଲର ବଢ଼ୁଥିବା ଦର ପାଇଁ ଏବେ ସମସ୍ତେ ବିକଳ୍ପ ଖୋଜିବାରେ ବ୍ୟସ୍ତ। ଏବେ ଦେଶରେ ଇଲେକଟ୍ରିକ ଗାଡ଼ିର ଡିମାଣ୍ଡ ମଧ୍ୟ ଖୁବ ବଢ଼ିବାରେ ଲାଗିଛି। ତେଲ ଦର ମହଙ୍ଗା ହେବା ପରେ ଏହାର ବିକଳ୍ପ ସ୍ୱରୁପ ଇଲେକଟ୍ରିକ ବାହନର ଚୟନ କରାଯାଉଛି। ସରକାର ମଧ୍ୟ ପର୍ଯ୍ୟାବରଣ ପାଇଁ ଇଲେକଟ୍ରିକ ହ୍ଵିକିଲର ବ୍ୟବହାର ଉପରେ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଏହାପରେ ବି ଇଲେକଟ୍ରିକ କାରରେ ଚାର୍ଜ ପାଇଁ ବିଜୁଳି ଖର୍ଚ୍ଚ ମଧ୍ୟ ଆହୁରି ଚିନ୍ତା ବଢ଼ାଉଛି।

ଏବେ ଆମେରିକା କମ୍ପାନୀ ଭାରତରେ ଏସି SUV ଲଞ୍ଚ କରିଛି। ଯାହା ମାତ୍ର ଦୁଇ ଘଣ୍ଟାରେ ଚାର୍ଜ ହୋଇଯିବ। ଫୁଲ ଚାର୍ଜ ପରେ ଏହା ଯିବ ୧୨୦୦ କିଲୋମିଟର। ଟାଇଟ୍ରନ ନାମକ ଇଲେକଟ୍ରିକ କମ୍ପାନୀ ନିଜର H ମଡେଲକୁ ବଜାରରେ ପ୍ରବେଶ କରାଇଛି। ଲଙ୍ଗ ରୁଟ ଯିବା ପାଇଁ ଏହା ଗ୍ରାହକଙ୍କ ପାଇଁ ଏକ ଭଲ ଅପସନ୍‌ ରହିବ। ବିନା ଚାର୍ଜରେ ଏହା ଆପଣଙ୍କୁ ସିଧା କରାଇବ ୧୨୦୦ କିମିର ଯାତ୍ରା।

ଏଥିରେ 200kwhର ବ୍ୟାଟେରୀ ପ୍ୟାକ ଦିଆଯାଇଛି। ଏଥିରେ ହାଇପର ଚାର୍ଜିଂ ସୁବିଧା ରହିଛି। ଯାହା ମାତ୍ର ୨ ଘଣ୍ଟାରେ ଗାଡ଼ିକୁ ଫୁଲ ଚାର୍ଜ କରିଦିଏ। ଏହା ପ୍ରତି ୩ ସେକେଣ୍ଡରେ ୧୦୦ କିଲୋମିଟର ପର୍ଯ୍ୟନ୍ତ ସ୍ପିଡ ଧରିପାରେ। ଏହାର କଲର ଅପସନ ୭ଟି ରହିଛି। ଏଥିରେ କମର୍ଫଟେବୁଲ ସ୍ପେଶ ମଧ୍ୟ ରହିଛି। ଲଞ୍ଚ ହେବା ପୂର୍ବରୁ ହିଁ ୧୮ ହଜାର କୋଟି ଟଙ୍କାର ଅର୍ଡ଼ର ବୁକ୍‌ ହୋଇ ସାରିଛି। ଏହାର ପ୍ରଡକ୍ସନ ୟୁନିଟ ବହୁତ ଶୀଘ୍ର ତେଲେଙ୍ଗାନାରେ ଆରମ୍ଭ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.