କାର୍ତ୍ତିକ ମାସରେ ନିଶ୍ଚୟ କରନ୍ତୁ ତୁଳସୀ ପୂଜା ସହ ଜଡ଼ିତ ଏହି ଉପାୟ, ସବୁ ପାପରୁ ମିଳିବ ମୁକ୍ତି

ସନାତନ ଧର୍ମରେ କାର୍ତ୍ତିକ ମାସର ଖାସ୍‌ ମହତ୍ତ୍ୱ ରହିଛି। ଏଥର କାର୍ତ୍ତିକ ମାସ ୨୧ ଅକ୍ଟୋବରରୁ ଆରମ୍ଭ ହୋଇ ୧୯ ନଭେମ୍ବର ପର୍ଯ୍ୟନ୍ତ ଚାଲିବ। ମାନ୍ୟତା ରହିଛି କି, ଅନେକ ମାସରୁ ଲମ୍ବା ନିଦ୍ରାରେ ଶୋଇଥିବା ଭଗବାନ ବିଷ୍ଣୁ ଏହି ମାସରେ ଜାଗ୍ରତ ହୋଇ ଥାଆନ୍ତି। ଧର୍ମଶାସ୍ତ୍ର ମୁତାବକ, ଶାସ୍ତ୍ର ମଧ୍ୟରେ ବେଦ, ନଦୀ ମଧ୍ୟରେ ଗଙ୍ଗା ଏବଂ ଯୁଗ ମଧ୍ୟ ସତ୍ୟଯୁଗ ଶ୍ରେଷ୍ଠ ହୋଇଥାଏ। ଏହି ପ୍ରକାରେ ଭଗବାନ ବିଷ୍ଣୁ ଜାଗ୍ରତ ହେଉ ଥିବାରୁ କାର୍ତ୍ତିକ ମାସକୁ ମଧ୍ୟ ସର୍ବଶ୍ରେଷ୍ଠ ମାସ ବୋଲି କୁହାଯାଇଥାଏ।

ବିଶ୍ୱାସ ରହିଛି ଯେ ଯଦି ଆପଣଙ୍କ କାମ କୌଣସିମତେ ଅଟକି ଯାଇଛି, ବେପାରରେ ଲାଭ ମିଳୁ ନାହିଁ, ତ ଆପଣ କାର୍ତ୍ତିକ ମାସରେ ତୁଳସୀ ପୂଜା ସହ ଜଡ଼ିତ କିଛି ଖାସ୍‌ ଉପାୟ କରି ନିଅନ୍ତୁ। ଏହାପରେ ଆପଣଙ୍କର ସବୁ ସଙ୍କଟ ଦୂର ହୋଇଯିବ। ମାନ୍ୟତା ରହିଛି, ଭଗବାନ ବିଷ୍ଣୁଙ୍କର ତୁଳସୀ ଅତି ପ୍ରିୟ ହୋଇଥାଏ। କାର୍ତ୍ତିକ ମାସରେ ତୁଳସୀ ପୂଜନ କରିବା ଦ୍ୱାରା ବିଶେଷ ପୁଣ୍ୟ ପ୍ରାପ୍ତି ହୋଇଥାଏ ଏବଂ ଜୀବନରୁ ସବୁ ଦୁଃଖ, ସଙ୍କଟ ଦୂର ହୋଇଯାଇଥାଏ। ଏମିତି କରିବା ଦ୍ୱାରା ଅକାଳ ମୃତ୍ୟୁ ଆଶଙ୍କା ମଧ୍ୟ ବହୁତ କମି ଯାଇଥାଏ।

ତୁଳସୀର ୫ଟି ପତ୍ରକୁ ଠାକୁର ଘରେ ରଖି ଦିଅନ୍ତୁ

ଯଦି ଆପଣ ବି କାର୍ତ୍ତିକ ମାସର ପୁଣ୍ୟ ଲାଭ କରିବାକୁ ଚାହୁଁଛନ୍ତି, ତା’ହେଲେ କାର୍ତ୍ତିକ ମାସର ପ୍ରଥମ ସୋମବାର ସକାଳେ ସ୍ନାନ କରି ତୁଳସୀର ୫ଟି ପତ୍ର ତୋଳନ୍ତୁ। ଏହାପରେ ଏହି ପତ୍ରଗୁଡ଼ିକୁ ଗଙ୍ଗାଜଳରେ ଧୋଇ ଘରର ଠାକୁର ଘରେ ରଖନ୍ତୁ। ରାତିରେ ଶୋଇବା ପୂର୍ବରୁ ସେହି ପତ୍ରଗୁଡ଼ିକୁ ନିଜ ତକିଆ ତଳେ ରଖି ଶୋଇ ପଡ଼ନ୍ତୁ। ଏଥି ସହିତ ଭଗବାନ ବିଷ୍ଣୁଙ୍କଠାରୁ ଆଶୀର୍ବାଦ ଭିକ୍ଷା କରନ୍ତୁ।

ଚାକିରିରେ ପ୍ରମୋଶନ ସମ୍ଭାବନା ବଢ଼ି ଯାଇଥାଏ

ଯଦି ବେପାର, ବାଣିଜ୍ୟରେ ସଫଳତା ମିଳିପାରୁ ନାହିଁ, ତା’ହେଲେ ପ୍ରତି ଗୁରୁବାର ତୁଳସୀ ପତ୍ରକୁ ହଳଦିଆ କପଡ଼ାରେ ବାନ୍ଧି ଅଫିସ କିମ୍ବା ଦୋକାନରେ ରଖି ଦିଅନ୍ତୁ। ଏହି ମାସରେ ତୁଳସୀ ଉପରେ ଭଗବାନ କୁବେର ଓ ମାତା ଲକ୍ଷ୍ମୀଙ୍କର ଖାସ୍‌ କୃପା ରହିଥାଏ। ଏଥିପାଇଁ ଘର, ଅଫିସରେ ଏମିତି କରିବା ଦ୍ୱାରା ଆପଣଙ୍କ କାରବାରରେ ଚମକ ଆସିଥାଏ ଏବଂ ଚାକିରିରେ ପ୍ରମୋଶନର ସମ୍ଭାବନା ବଢ଼ି ଯାଇଥାଏ।

କାର୍ତ୍ତିକ ମାସରେ ତୁଳସୀ ଗଛ କରନ୍ତୁ ଦାନ

କାର୍ତ୍ତିକ ମାସରେ ତୁଳସୀ ଗଛ ଦାନ କରିବା ଶ୍ରେଷ୍ଠ ବୋଲି ବିବେଚନା କରାଯାଏ। ଏହି ମାସରେ ତୁଳସୀ ଗଛରେ ପ୍ରତି ଗୁରୁବାର କଞ୍ଚା କ୍ଷୀର ସିଞ୍ଚନ କରନ୍ତୁ। ସେହିପରି ପ୍ରତ୍ୟେକ ସନ୍ଧ୍ୟାରେ ତୁଳସୀ ଗଛ ମୂଳେ ଦୀପଦାନ କରିବା ଉଚିତ। ଏଥି ସହିତ କାର୍ତ୍ତିକ ମାସର ବ୍ରାହ୍ମ ମୁହୂର୍ତ୍ତରୁ ଉଠି ତୁଳସୀରେ ଜଳ ଚଢ଼ାଇବା ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.