ୟୁପିଆଇ ପେମେଣ୍ଟକୁ ନେଇ ଲାଗୁ ହେବ ବଡ଼ ନିୟମ, RBI ଜାରି କରିବ ନିଷ୍ପତ୍ତି

ଯଦି ଆପଣ ବି ୟୁପିଆଇ ପେମେଣ୍ଟ ର ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ବଡ଼ ଖବର। ୟୁପିଆଇ ପେମେଣ୍ଟ ସିଷ୍ଟମରେ ଖୁବ ଶୀଘ୍ର ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଯାହାର ପ୍ରଭାବ ଦେଶର କୋଟି କୋଟି ୟୁଜର୍ସଙ୍କ ଉପରେ ପଡ଼ିବ।
ୟୁପିଆଇ ପେମେଣ୍ଟ କରୁଥିବା ଲୋକଙ୍କୁ ଝଟକା।ଏଣିକି ପେମେଣ୍ଟ ଟ୍ରାନ୍ସଫର କଲେ ଦେବାକୁ ହେବ ଚାର୍ଜ। ଯଦି ଆପଣ ମଧ୍ୟ ସବୁବେଳେ ୟୁପିଆଇରେ ହିଁ ପେମେଣ୍ଟ କରୁଛନ୍ତି ତାହେଲେ ଏହି ଖବର ଆପଣଙ୍କୁ ଏକଦମ୍ ଝଟକା ଦେଇଦେବ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୟୁପିଆଇ ବେସଡ ଫଣ୍ଡ୍ ଟ୍ରାନ୍ସଫର ଉପରେ ଚାର୍ଜେସ ଲଗାଇପାରେ। ଯାହାପରେ ଆଗାମୀ ଦିନରେ ୟୁପିଆଇରେ ଫଣ୍ଡ ଟ୍ରାନ୍ସଫର କରିବା ମହଙ୍ଗା ହୋଇପାରେ।
ଏବେର ସମୟରେ ପ୍ରତ୍ୟେକ ବ୍ୟକ୍ତି ୟୁପିଆଇ ର ବ୍ୟବହାର କରୁଛନ୍ତି। ଏହା ମାଧ୍ୟମରେ ଅନେକ ପେମେଣ୍ଟ ମଧ୍ୟ କରାଯାଉଛି। ନୂୂଆ ନିୟମ ଅନୁସାରେ ଏହାର ପ୍ରଭାବ ଦେଶର ପ୍ରତ୍ୟେକ ୟୁଜର୍ସଙ୍କ ଉପରେ ପଡ଼ିବ। ଯାହାକୁ ଜାଣିବା ନିହାତି ଜରୁରୀ। ଜାଣିରଖନ୍ତୁ ଯେ ପେମେଣ୍ଟ ସର୍ଭିସ ସେବା ଦେଉଥିବା ଆପ୍ସ ବହୁତ ଜଲଦି ଆସିବ। ଯାହାଦ୍ୱାରା ପ୍ରତିଦିନ ହେଉଥିବା ଟ୍ରାଞ୍ଜାକସନକୁ ନେଇ କିଛ ି ଲିମିଟ ଧାର୍ଯ୍ୟ କରିବ। ଏହାକୁ ନେଇ ଏବେ ଖବର ଚର୍ଚ୍ଚା ଧରିଛି।
ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ଦେଶର ଥାର୍ଡ ପାର୍ଟି ଆପ୍ ପ୍ରୋଭାଇଡର୍ସ ଏହାକୁ ୩୦% ପର୍ଯ୍ୟନ୍ତ ସୀମିତ କରିଦେଇଛନ୍ତି। ଏହାକୁ ନେଇ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସହ କଥା ଚାଲିଛି। ଆରବିଆଇର ମଞ୍ଜୁରି ପରେ ଫୋନ ପେ, ଗୁଗୁଲ ପେ ଓ ପେଟିଏମ ଭଳି କମ୍ପାନି ଏହାର ଲିିମିଟକୁ ଧାର୍ଯ୍ୟ କରିପାରିବେ। ଯାହା ର ଆରମ୍ଭରେ ଅନେକ ଗ୍ରାହକଙ୍କୁ ଏହା ସମ୍ପର୍କରେ ସମସ୍ୟା ହୋଇପାରେ। ଏବେ ପର୍ଯ୍ୟନ୍ତ ଏହାକୁ ନେଇ କେତେ ଲିମିଟ ଧାର୍ଯ୍ୟ କରାଯିବ ସେ ସମ୍ପର୍କରେ କିଛି ସୂଚନା ମିଳିନାହିଁ।
ଏବେ ଏନପିସିଆଇ ସମସ୍ତ ପ୍ରକାର ମୂଲ୍ୟାଙ୍କନ କରୁଛି। ଯାହାପରେ ଏହାର ଲିମିଟ କୁ ଧାର୍ଯ୍ୟ କରାଯିବ। ରିପୋର୍ଟ ଅନୁସାରେ ଏହା ଆସନ୍ତା ୩୧ ଡିସେମ୍ବର ମଧ୍ୟରେ ଲାଗୁ କରାଯିବ।
ବ୍ୟାଙ୍କ ତରଫରୁ ପ୍ରତ୍ୟେକ ଦିନ ୟୁପିଆଇ ଲେଣଦେଣକୁ ନେଇ ଲିମିଟ ସେଟ କରାଯାଇଛି। ଏବେ ଏସବିଆଇ ୟୁପିଆଇ ଟ୍ରାଞ୍ଜାକସନ ର ଗୋଟିଏ ଦିନର ଲିମିଟକୁ ୧ ଲକ୍ଷ କରିଦେଇଛନ୍ତି। ସେହିପରି ପ୍ରାଇଭେଟ ସେକ୍ଟର ଆଇସିଆଇସିଆଇ ବ୍ୟାଙ୍କ ର କଥା କହିଲେ ତାର ଲିମିଟ ୧୦ ହଜାର ଟଙ୍କା ରଖାଯାଇଛି। ବର୍ଷ ୨୦୨୦ରେ ଏନପିସିଆଇ ଲେଣ ଦେଣରେ ଏକ ଥାର୍ଡ ପାର୍ଟି ଆପ୍ଳିକେସନ ପ୍ରୋଭାଇଡର ୟୁପିଆଇ ଲେଣ ଦେଣ ର ସୀମାକୁ ୩୦% ପର୍ଯର୍୍ୟନ୍ତ ସେଟ୍ କରିଛନ୍ତି।