UPSCରେ ଚାକିରି କରିବାକୁ ଇଚ୍ଛୁକ କି? ଆସିଷ୍ଟାଣ୍ଟ୍‌ ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର ପଦରେ ବାହାରିଛି ନିଯୁକ୍ତି, ଜୁନ୍‌ ୩୦ ସୁଦ୍ଧା ଆବେଦନ

UPSC ଆସିଷ୍ଟାଣ୍ଟ୍‌ ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର ପଦରେ ନିଯୁକ୍ତି ସୁଯୋଗ ଆଣିଛି। ସଂଘ ଲୋକ ସେବା ଆୟୋଗ ତରଫରୁ ଜାରି ସୂଚନା ଅନୁସାରେ, ମୋଟ ୨୪ ପଦରେ ନିଯୁକ୍ତି ଦିଆଯିବ। ସେଥି ମଧ୍ୟରେ ସାଇଣ୍ଟିଫିକ୍‌ ଅଫିସର ୧, ଆସିଷ୍ଟାଣ୍ଟ୍‌ ମାଇନିଙ୍ଗ୍‌ ଜିଓଲୋଜିଷ୍ଟ୍‍ ୨୧ ସହ ଆସିଷ୍ଟାଣ୍ଟ୍‌ ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର ପଦଗୁଡ଼ିକ ଖାଲି ରହିଛି।

ଯେଉଁମାନେ ଏହି ପଦ ପାଇଁ ଆଗ୍ରହୀ ଅଛନ୍ତି, ସେମାନେ ଅଫିସିଆଲ େଓ୍ଵବ୍‌ସାଇଟ upsc.gov.in କୁ ଯାଇ ଅନଲାଇନ ଆବେଦନ କରି ପାରିବେ। ଏହି ପଦଗୁଡ଼ିକରେ ଆବେଦନ କରିବା ପାଇଁ ଆବେଦନର ଶେଷ ତାରିଖ ରହିଛି ଜୁନ୍‌ ୩୦, ୨୦୨୨।

ଜାରି ସୂଚନା ମୁତାବକ, ଅନଲାଇନ ଆବେଦନ କରୁଥିବା ଆଶାୟୀମାନଙ୍କୁ ୨୫ ଟଙ୍କା ଶୁଳ୍କ ଦେବାକୁ ହେବ। ଫି’ର ଭରଣା ଏସ୍‌ବିଆଇର ନେଟ୍‌ ବ୍ୟାଙ୍କିଙ୍କ୍‌ ସୁବିଧା ଉପଯୋଗ କରି ନଚେତ୍‌ ଭିସା/ମାଷ୍ଟର କ୍ରେଡିଟ୍‌/ଡେବିଟ୍‌ କାର୍ଡ ଆଦି ଉପଯୋଗ କରି କରିପାରିବେ। ସେପଟେ ଏସ୍‌ସି/ଏସ୍‌ଟି/ପିଡବ୍ଲ୍ୟୁବିଡି/ମହିଳା ଆଶାୟୀମାନଙ୍କୁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡ଼ିବ ନାହିଁ।

ଏହି ପଦଗୁଡ଼ିକ ଉପରେ ମଧ୍ୟ ବାହାରିଛି ନିଯୁକ୍ତି

UPSC ନିକଟରେ ବିଭିନ୍ନ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହା ଅଧୀନରେ ଡ୍ରଗ୍‌ ଇନ୍ସପେକ୍ଟର, ଡ୍ରଗ୍‌ ଇନ୍ସପେକ୍ଟର ୟୁନାନୀ ସହ ଅନ୍ୟାନ୍ୟ ପଦରେ ଆବେଦନ ଆହ୍ଵାନ କରାଯାଇଛି। ମୋଟ ୧୬୧ ପଦରେ ଆବେଦନ କରିବା ପାଇଁ ଆଶାୟୀମାନଙ୍କୁ ୧୬ ଜୁନ୍‌, ୨୦୨୨ ପର୍ଯ୍ୟନ୍ତ ମଉକା ଦିଆଯାଇଛି। ଏଥିପାଇଁ ସେମାନେ ଆୟୋଗର ଅଫିସିଆଲ େଓ୍ଵବ୍‌ସାଇଟ upsc.gov.in କୁ ଯାଇ ଆବେଦନ କରି ପାରିବେ।

Leave A Reply

Your email address will not be published.