VI ଲଞ୍ଚ କଲା You Broadband ପ୍ଲାନ, ମିଳୁଛି ଗୋଟେ ମାସର ମାଗଣା ଇଣ୍ଟରନେଟ

ଲକଡାଉନ ସମୟରେ ସମଗ୍ର ଦେଶରେ ଇଣ୍ଟରନେଟ ସେବାର ଚାହିଦା ବେଶି ବଢିଯାଇଛି। ଏହାକୁ ଦେଖି ବିଭିନ୍ନ ଟେଲିକମ୍ କମ୍ପାନୀ ବିଭିନ୍ନ ପ୍ରକାରର ବ୍ରଡବ୍ଯାଣ୍ଡ କନେକ୍ସନ ସେବା ଯୋଗାଉଛନ୍ତି। ଆଉ ଗ୍ରାହକ ମଧ୍ୟ ଏମିତି ଅଫରକୁ ଚାହିଁରହିଛନ୍ତି। ଯେଉଁଥିରେ କମ୍ ଦାମରେ ବହୁତ କଲିଂ, ଡାଟା ମିଳିପାରିବ।

ଟେକ ସାଇଟ୍ talecomtalk ଅନୁସାରେ, ଭିଆଇ ନିଜର ପ୍ରତିଦ୍ବନ୍ଦ୍ବୀ କମ୍ପାନୀ ସହିତ ମୁକାବିଲା କରିବା ପାଇଁ You Broadband ସେବା ଆରମ୍ଭ କରିଛି। ଏବେ ଏହି ଲ୍ଯାଣ୍ଡଲାଇନ ବ୍ରଣବ୍ଯାଣ୍ଡ ସେବା ସମଗ୍ର ଦେଶରେ ଆରମ୍ଭ ହୋଇଯାଇଛି। ସୂଚନା ଅନୁଯାୟୀ, କମ୍ପାନୀ ପ୍ରଥମେ ତିନିଟି ନୂଆ ପ୍ଲାନ ଲଞ୍ଚ କରିଥିଲା। ଯାହା ଇଣ୍ଟରନେଟ ସ୍ପିଡ ଉପରେ ଆଧାରିତ ପ୍ଲାନ। ଏହାର ପ୍ଲାନ ୧୦Mbpsର ମୂଲ୍ଯ ୧୮୦୦ ଟଙ୍କା ରହିଥିବା ବେଳେ ଦ୍ବିତୀୟ ପ୍ଲାନ 100 mbps ୧୫୦୦ ଟଙ୍କା ଏବଂ ୩ୟ ପ୍ଲାନ ୨୦୦ mbps ର ଦାମ୍ ୬୦୦୦ ଟଙ୍କା ରହିଥିଲା।

vi plan

କମ୍ପାନୀ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଏହି ବ୍ରଡବ୍ଯାଣ୍ଡ ପ୍ଲାନରେ ଗୋଟେ ମାସର ମାଗଣା ଇଣ୍ଟରନେଟ ସେବା ମିଳୁଛି। ଏହାଛଡା ଗ୍ରାହକଙ୍କ ଅନଲିମିଡେଟ ଡାଟା ଏବଂ ଅନଲିମିଟେଡ କଲିଂର ସୁବିଧା ମଧ୍ୟ ମିଳୁଛି। ଆଉ ପ୍ରତିଦିନ ଗ୍ରାହକଙ୍କୁ ୧୦୦ଟି ଏସଏମଏସ ମଧ୍ୟ ଫ୍ରିରେ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.