ରେଳ ଟ୍ରାକରେ କାହିଁକି ଲାଗେ ନାହିଁ କଳଙ୍କି ?

ରେଳ ଟ୍ରାକରେ କଳଙ୍କି ନଲାଗିବା ପଛରେ ରହିଛି ଏହି ବଡ଼ କାରଣ, ଆପଣ ବି ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ରେଳ ଟ୍ରାକରେ କାହିଁକି କଳଙ୍କି ଲାଗେ ନାହିଁ? କାରଣ ରହିଛି ଏମିତି କିଛି ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଟ୍ରେନ୍ ଟ୍ରାକରେ ରଷ୍ଟ ବା କଳଙ୍କି ଲାଗିବାଠୁ ନେଇ ଭାରତୀୟ ରେଳ ସହ ଜଡିତ ସମସ୍ତ ପ୍ରଶ୍ନ ଲୋକଙ୍କ ମନରେ ଚାଲିଥାଏ । ଟ୍ରେନ ଏମିତି ଏକ ଯାନ ଯାହାକୁ ଅନେକ ଲୋକ ପସନ୍ଦ କରନ୍ତି । ଦୂର ସ୍ଥାନ କୁ ଯାତ୍ରା କରିବା ପାଇଁ ଏହା ସବୁଠୁ ଭଲ ମାଧ୍ୟମ ହୋଇଥାଏ । ତେବେ ଏହି ଟ୍ରେନ ଯେଉଁ ଟ୍ରାକ ରେ ଯାଇଥାଏ ତାହା କୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ରହିଥାଏ । ଏହା ଲୁହା ରେ ତିଆରି ହୋଇଥାଏ କିନ୍ତୁ ଆପଣ ଜାଣନ୍ତି କି ରେଳ ଟ୍ରାକ୍ ରେ କଳଙ୍କି ଲାଗେ ନାହିଁ କାହିଁକି ? ଯଦି ଆପଣ ଏହାର ଉତ୍ତର ଜାଣି ନାହାଁନ୍ତି, ତେବେ ଆଜି ଜାଣନ୍ତୁ ।

ଯଦିଓ ଲୋକମାନେ ଭାବନ୍ତି ଯେ ଟ୍ରେନର ଟ୍ରାକ୍ ସମ୍ପୂର୍ଣ୍ଣ ଲୁହାରେ ନିର୍ମିତ, କିନ୍ତୁ ତାହା ଆଦୌ ସତ ନୁହେଁ । ଏହି ଟ୍ରାକ୍ ଲୁହା ରେ ସମ୍ପୂର୍ଣ ଭାବେ ତିଆରି ହୋଇନଥଏ । ପ୍ରକୃତରେ ରେଳ ଟ୍ରାକ୍ ଏକ ସ୍ୱତନ୍ତ୍ର ପ୍ରକାରର ଇସ୍ପାତରୁ ନିର୍ମିତ। ଏହି ଇସ୍ପାତରେ ୧୨ ପ୍ରତିଶତ ମାଙ୍ଗାନିଜ ଏବଂ ୦.୮ ପ୍ରତିଶତ କାର୍ବନ ଥାଏ । ଏହି କାରଣରୁ ସବୁବେଳେ ସୂର୍ଯ୍ୟ କିରଣ, ଜଳ ଏବଂ ବାୟୁ ସଂସ୍ପର୍ଶରେ ଆସିଥିବା ଟ୍ରାକରେ ଲୁହା ଅକ୍ସାଇଡ୍ ସୃଷ୍ଟି ହୁଏ ନାହିଁ ଏବଂ ଏହା ରଷ୍ଟ ବା କଳଙ୍କି ହୁଏ ନାହିଁ । ଅନ୍ୟ ପଟେ ଯଦି ଟ୍ରାକ ଲୁହାରେ ତିଆରି ହୋଇଥାନ୍ତା, ତେବେ ବର୍ଷା ରେ ତାହା ଖରାପ ହୋଇଯାଇଥାନ୍ତା । ଟ୍ରାକ ଯେପରି ସୁରକ୍ଷିତ ରହିବ ତେଣୁ ଏଥିରେ ଲୁହା ବ୍ୟବହାର ହୋଇନଥାଏ ।

ରିପୋର୍ଟ ଅନୁଯାୟୀ, ଲୁହା ବାୟୁରେ ଥିବା ଅମ୍ଳଜାନ ସହିତ ପ୍ରତିକ୍ରିୟା ହେଲା ପରେ ଲୁହାରେ ତିଆରି ଜିନିଷ କଳଙ୍କି ହୋଇଯାଏ। ବାୟୁ ସହିତ ପ୍ରତିକ୍ରିୟା ସମୟରେ, ଲୁହା ଉପରେ ଏକ ବାଦାମୀ ରଙ୍ଗର ସ୍ତର ସୃଷ୍ଟି ହୁଏ, ଯାହା ଲୁହା ଅକ୍ସାଇଡ୍ ର ଏକ ସ୍ତର । ଲୁହା ରେ କଳଙ୍କ ସବୁବେଳେ ଏକ ସ୍ତରରେ ରହିଥାଏ କିନ୍ତୁ ଟ୍ରେନ୍ ଟ୍ରାକରେ ତାହା ହୁଏ ନାହିଁ ।

ଟ୍ରେନର ନିରାପଦ ଏବଂ ସ୍ଥିର ଚାଲିବାର ମୁଖ୍ୟ କାରଣ ହେଉଛି ଏହାର ଟ୍ରାକ୍ । ଏହି ଟ୍ରାକ୍ ଦ୍ରୁତ ଚାଲୁଥିବା ଟ୍ରେନ୍ ପାଇଁ ପ୍ରସ୍ତୁତ ହୋଇଥାଏ । କେବଳ ଏତିକି ନୁହେଁ ସୁରକ୍ଷା ସହିତ ସ୍ଥିରତା କୁ ଦୃଷ୍ଟି ରେ ରଖି ଏହାକୁ ତିଆରି କରାଯାଇଛି । ଭାରତୀୟ ରେଳ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ। ଏହା ଲୋକଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଯଦି ଲୋକଙ୍କୁ ଭାରତର କୌଣସି ସ୍ଥାନ କୁ ଯିବାକୁ ପଡିବ, ତେବେ ରେଳ ସୁବିଧା ସହଜରେ ଉପଲବ୍ଧ ହୋଇଥାଏ । ଶସ୍ତା ମୂଲ୍ୟରେ ସେମାନେ ଦୂର ସ୍ଥାନକୁ ଯାତ୍ରା କର ଇପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.