ବହୁତ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Yamahaର FZ-X ନୂଆ ସ୍ପୋର୍ଟି କମ୍ୟୁଟର ବାଇକ , ରହିଛି ଦମଦାର ଫିଚର୍ସ

Yamaha motor india ଭାରତୀୟ ବଜାରରେ ନୂଆ ସ୍ପୋର୍ଟି କମ୍ୟୁଟର ବାଇକର ବଜାର ପ୍ରବେଶ କରିବାକୁ ଯାଉଛି। ଆକର୍ଷକ ଲୁକ ଓ ଦମଦାର ଫିଚର୍ସର ଏହି ବାଇକ ଲଞ୍ଚ ହେବାକୁ ଯାଉଛି। ୟାମହାର ନୂଆ କମ୍ୟୁଟର ବାଇକ ୨୦୨୧ ମାର୍ଚ୍ଚ ମାସରେ ଭାରତୀୟ ବଜାରରେ ସାମ୍ପୁଲ ଲଞ୍ଚ କରାଯାଇଥିଲା। ବର୍ତ୍ତମାନ Yamaha FZ-X ଭାରତୀୟ ବଜାରରେ ଲଞ୍ଚ ହେବାକୁ ଯାଉଛି।

11100
pc: carandbike

ଏହି ନାମକୁ ଗତବର୍ଷ ଡିସେମ୍ବରରେ ରେଜିିଷ୍ଟ୍ରର କରାଯାଇଥିଲା। ରିପୋର୍ଟ ଅନୁଯାୟୀ ବାଇକରେ 149cc FZS-FI ପ୍ଲାଟଫର୍ମର ବ୍ୟବହାର କରାଯାଇଛି। ଏଥିରେ 250ccର ଇଞ୍ଜନର ବ୍ୟବହାର କରାଯାଇନାହିଁ। ଏଥିରେ 7,250rpmରେ 12.4bhp ପାଓ୍ଵାର ଜେନେରେଟ କରିଥାଏ। ଏହାସହ 5ସ୍ପିଡ ଟ୍ରାନ୍ସମିଶନର ଅପସନ ଦିଆଯାଇଛି।

1110077
pc: India Car News

Yamahaର ଏହି ନୂଆ ବାଇକର ଡାଇମେନସନ ଖୁବ ସୁନ୍ଦର ରହିଛି। ଏହା 2,020mmର ଲମ୍ବା ହୋଇଥିବା ବେଳେ ଓସାର 785mm ରହିଛି। ଏହାର ଉଚ୍ଚତା 1,115mm ରହିିଛି। ନୂଆ ମୋଟରସାଇକେଲର ବଡିଓ୍ଵାର୍କକୁ ୟୁନିକ ଭାବେ ଡିଜାଇନ କରାଯାଇଛି। ତେବେ ଏହି ଗାଡି ଭାରତରେ ୨୦୨୧ରେ ଲଞ୍ଚ ହେବାକୁ ଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.