ବହୁତ ସହଜରେ କରିପାରିବେ ନିଜର ଦୁଇଟି PF ଆକାଉଣ୍ଟକୁ ସମ୍ମିଶ୍ରଣ, ଏ ହେଉଛି ତରିକା
PF ଆକାଉଣ୍ଟକୁ ନେଇ ଯଦି ଆପଣଙ୍କ ମନରେ କୌଣସି ପ୍ରଶ୍ନ ଥାଏ, ତ ଆମେ ଏ ସବୁର ସମାଧାନ ବତାଇବୁ। ଆପଣଙ୍କ ପାଖରେ ଯଦି ଦୁଇଟି PF ଆକାଉଣ୍ଟ ଅଛି ଏବଂ ଆପଣ ତାହାକୁ ମର୍ଜ ବା ସମ୍ମିଶ୍ରଣ କରିବାକୁ ଚାହୁଁଛନ୍ତି, ତ ଏହା ବହୁତ ସହଜ। ଆଜି ଆମେ ଦୁଇଟି PF ଆକାଉଣ୍ଟକୁ ମର୍ଜ କରିବାର ତରିକା ବିଷୟରେ କହିବାକୁ ଯାଉଛୁ।
ଚାକିରି ବଦଳାଇବାର ସମସ୍ୟା
ଅନେକ ଥର ଚାକିରି ବଦଳାଇବା କାରଣରୁ ଲୋକଙ୍କର କେତେଗୁଡ଼ିଏ PF ଆକାଉଣ୍ଟ ହୋଇଯାଇଥାଏ। ସାଧାରଣତଃ ପ୍ରତ୍ୟେକ ନିଯୁକ୍ତିଦାତା ନିଜର ଅଲଗା PF ଆକାଉଣ୍ଟ ଖୋଲାଇ ଦେଇଥାଆନ୍ତି, ଯେଉଁଥିରେ କର୍ମଚାରୀମାନଙ୍କର PF ରାଶି ଜମା ହୋଇ ରହିଥାଏ।
EPFO ସୁବିଧା
PF ଆକାଉଣ୍ଟ ପରିଚାଳନା କରୁଥିବା ଇପିଏଫ୍ଓ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର ଜରିଆରେ ଏହି ସୁବିଧା ଆରମ୍ଭ କରିଛି କି, ଯଦି ଆପଣ ଚାହିଁବେ, ତା’ହେଲେ ଦୁଇଟି PF ଆକାଉଣ୍ଟକୁ ସମ୍ମିଶ୍ରଣ କରିପାରିବେ।
UAN ଆକ୍ଟିଭେଟ କରନ୍ତୁ
EPFOର ସମସ୍ତ ମେମ୍ବରଙ୍କୁ ଏକ UAN ନମ୍ବର ଦିଆଯାଇଛି। ସାଧାରଣତଃ ଏହା ଆପଣଙ୍କ ସ୍ୟାଲାରୀ ସ୍ଲିପ୍ରେ ଲେଖା ହୋଇଥାଏ। ଏହାକୁ ଆକ୍ଟିଭେଟ କରିବା ପାଇଁ ଆପଣଙ୍କୁ EPFOର ୟୁନିଫାଇଡ୍ ମେମ୍ବର ପୋର୍ଟାଲକୁ ଯିବାକୁ ହେବ।
ପ୍ରକ୍ରିୟା କ’ଣ?
UAN ଟ୍ୟାବ୍ରେ କ୍ଲିକ୍ କରନ୍ତୁ। ଏଥିରେ ଆପଣଙ୍କୁ UAN ନମ୍ବର ପକାଇବା ପରେ ନାମ, ଡେଟ୍ ଅଫ୍ ବାର୍ଥ ଏବଂ ମୋବାଇଲ୍ ନମ୍ବର ପକାଇବାକୁ ହେବ। ଏହାପରେ ଏକ ଅଥରାଇଜେଶନ ପିନ୍ ଜେନେରେଟ୍ ହୋଇଥାଏ। ଏହି ପିନ୍କୁ ଦେବା ପରେ ଆପଣଙ୍କ UAN ଆକ୍ଟିଭେଟ ହୋଇଯାଇଥାଏ।
ଓ୍ଵାନ୍ ମେମ୍ବର, ଓ୍ଵାନ୍ PF ଆକାଉଣ୍ଟ
EPFOର ଦୁଇଟି ପୁରୁଣା ଆକାଉଣ୍ଟକୁ ମର୍ଜ କରିବା ପାଇଁ ଆପଣଙ୍କୁ EPFO େଓ୍ଵବ୍ସାଇଟ ଭିଜିଟ୍ କରିବାକୁ ହେବ ଏବଂ ସର୍ଭିସ୍ ଟ୍ୟାବ୍ରେ ଓ୍ଵାନ୍ ଏମ୍ପ୍ଲୋଇ-ଓ୍ଵାନ୍ EPF ଆକାଉଣ୍ଟ ସିଲେକ୍ଟ କରିବାକୁ ପଡ଼ିବ। ଏହି ଲିଙ୍କ୍ ଉପରେ କ୍ଲିକ୍ କରିବା ପରେ ଏକ ଫର୍ମ ଖୋଲିବ। EPF ମେମ୍ବରଙ୍କୁ ଏଠାରେ ନିଜ ମୋବାଇଲ୍ ଫୋନ୍ ନମ୍ବର ଦେବାକୁ ହେବ। ଏହାପରେ UAN ଏବଂ ବର୍ତ୍ତମାନର ମେମ୍ବର ଆଇଡି ଏଣ୍ଟର କରିବାକୁ ପଡ଼ିବ। ଏ ସବୁ ଜିନିଷ ପରେ ଏକ OTP ଆସିବ। OTPରୁ ଏହାକୁ ଅଥେଣ୍ଟିକେଟ୍ କରିବାକୁ ହେବ।