ମାତ୍ର ୧୮୫ ଟଙ୍କା କିସ୍ତି ଦେଇ ପାଇ ପାରିବେ Maruti Suzuki Alto, ଜାଣନ୍ତୁ କେମିତି

Maruti Suzuki ALTO ହେଉଛି ଦେଶର ସବୁଠୁ ଲୋକପ୍ରିୟ କାର । ଆଉ ଏହି ଲୋକପ୍ରିୟ କାର ଖୁବ ଶୀଘ୍ର ଭାରତରେ ୨୦ ବର୍ଷ ପୁରଣ କରିବାକୁ ଯାଉଛି । ଅନେକ ଥର ଏହି କାର ବେଷ୍ଟ ସେଲିଂଗ କାର ସମ୍ମାନ ବି ପାଇସାରିଛି  । ଏମିତିରେ ତ ଏହାର ଏକ୍ସ ସୋ ରୁମ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ବି କମ, କିନ୍ତୁ ତଥାପି ଏହା ଆପଣଙ୍କ ବଜେଟ ବାହାରେ ହେଉଥାଏ ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଆସିଛି । କାର ଟିଏ କିଣିବାକୁ ଚାହୁଁଥିଲେ ଏହି ଖବର ଆପଣଙ୍କର ଅନେକ କାମରେ ଆସିବ । ଲାଗୁ ହୋଇଥିବା ନୂଆ ସ୍କିମରେ ପ୍ରତିଦିନ ମାତ୍ର ୧୮୫.୫ କିସ୍ତି ଦେଇ ଏକ Maruti ALTO କାରର ମାଲିକ ହୋଇପାରିବେ ।

maruti new

Maruti Suzuki ALTOର ବେସ ଭେରିୟାଣ୍ଟର ମୂଲ୍ୟ ରାଜଧାନୀ ଦିଲ୍ଲୀରେ ୨ ଲକ୍ଷ ୯୪ ହଜାର ୮୦୦ ଟଙ୍କା ରହିଛି । ଯେବେକି ଏହି କାରର ଦିଲ୍ଲୀ ଅନରୋଡ଼ ମୂଲ୍ୟ ୩ ଲକ୍ଷ ୨୪ ହଜ୍ଜାର ୪୬୦ ଟଙ୍କା ପର୍ଯ୍ୟନ୍ତ ରହିଥିବା ଜଣାଯାଇଛି । ତେବେ କେମିତି କାର ଟିକୁ କିଣିପାରିବେ ଜାଣି ରଖନ୍ତୁ । ଯଦି ଆପଣ ୫୦ ହଜାର ଟଙ୍କାର ଡାଉନପେମେଣ୍ଟ ଦେଇ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ୨ ଲକ୍ଷ ୭୪ ହଜାର ୪୬୦ ଟଙ୍କା ଲୋନ ନେବାକୁ ହେବ । ଯଦି ଆପଣ ଏସବିଆଇରୁ ଲୋନ ନେଉଥାନ୍ତି, ତେବେ ୮ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଆକାରରେ ଦେବାକୁ ହେବ । ଆଉ ଯଦି ୫ ବର୍ଷ ପାଇଁ ଲୋନ ନେବାକୁ ଚାହୁଁଥାନ୍ତି ତେବେ ମାସକୁ ୫୫୬୫ ଟଙ୍କା ମାସକୁ ଇଏମଆଇ ଭରିବାକୁ ପଡିବ । ଯଦି ହିସାବ କରାଯାଏ ତେବେ ଦୈନିକ ୧୮୫.୫ ଟଙ୍କା ପଡିବ ।

କହିରଖିବା ଉଚିତ ହେବକି, Maruti Suzuki ALTOର ଷ୍ଟାଇଲିସ ଲୁକ ଓ ଡ଼ିସେଣ୍ଟ ଇଂଜିନ ପାଇଁ ହିଁ ଗ୍ରାହକ ମାନେ ଏହାକୁ ବେଶୀ ପସନ୍ଦ କରନ୍ତି । ଏହାର ମାଇଲେଜ ଲିଟର ପିଛା ୨୨.୦୫ କିଲୋମିଟର ପର୍ଯ୍ୟନ୍ତ ରହିଛି । ଯେବେକି ସିଏନଜି ଭେରିୟାଣ୍ଟରେ ଲିଟର ପିଛା ୩୧.୫୯ କିଲୋମିଟର ପର୍ଯ୍ୟନ୍ତ ମାଇଲେଜ ଦେଇଥାଏ । ଆଉ ଭଲ ପରଫରମାନ୍ସ ପାଇଁ ଏଥିରେ ୭୯୬ ସିସି, ୩ ଟି ସିଲିଣ୍ଡର, ୧୨ ଭାଲବ, ବିଏସ-6 ଇଂଜିନ ଭଳି ଅତ୍ୟାଧୁନିକ ସୁବିଧା ମାନ ରହିଛି । ଆଉ ଏହାର ଇଂଜିନ 5-ସ୍ପୀଡ ମାନୁଆଲ ଟ୍ରାନ୍ସମିଶନ ଠାରୁ ବି କମ ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.