Below header
Browsing Category

News

ପୁଣି ସ୍ୱରାଙ୍କ ବିବାଦୀୟ ସ୍ୱର : ଟ୍ଵିଟ୍‌ କରି ଭାରତୀୟ ସୈନିକଙ୍କୁ କହିଲେ ‘ବୋକା’

ମୁମ୍ବାଇ : ବିବାଦରେ ଫସିବା ହେଉଛି ବଲିଉଡ୍‌ ହିରୋଇନ୍‌ ସ୍ୱରା ଭାସ୍କରଙ୍କ ଅଭ୍ୟାସ ହୋଇଗଲାଣି । କେତେବେଳେ ପଦ୍ମାବତ୍‌ ପାଇଁ ସଞ୍ଜୟ ଲିଲା ଭନସାଲିଙ୍କୁ ଖୋଲା ଚିଠି ତ ଆଉ କେବେ ବୀରେ ଦି େଓ୍ଵଡିଂର ଦୃଶ୍ୟକୁ ନେଇ ଟ୍ରୋଲ୍‌ । ଏମିତିକି ଭାରତରେ ପାକିସ୍ତାନକୁ ଓ ପାକିସ୍ତାନରେ ଭାରତକୁ…

ଗୁମୁଡୁମାହା ଗୁଳିକାଣ୍ଡ : ମୃତକ ପରିବାରଙ୍କୁ ଅଧିକ କ୍ଷତିପୂରଣ ଦେବାକୁ ଓଏଚ୍‌ଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର (କେନ୍ୟୁଜ୍‌) : ଗୁମୁଡୁମାହା ଗୁଳିକାଣ୍ଡ ଘଟଣାରେ ଅଧିକ କ୍ଷତିପୂରଣ ଦେବାକୁ ଓଡ଼ିଶା ମାନବାଧିକାର କମିଶନ୍‌ ଓଏଚ୍‌ଆରସିଙ୍କ ନିର୍ଦ୍ଦେଶ । ମୃତକଙ୍କ ପରିବାରକୁ ଅଧିକ ୨ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଏଚଆରସି । ପ୍ରତି ମୃତକଙ୍କ ପରିବାରକୁ ୭ ଲକ୍ଷ ଟଙ୍କା…

ଗର୍ଭବତୀଙ୍କୁ ଷ୍ଟ୍ରେଚର୍‌ରେ ବୋହି ନେଲେ ଯବାନ୍‌

ଛତିଶଗଡ଼ : ଛତିଶଗଡ଼ରେ ମାଓବାଦୀଙ୍କ ଦମନ ପାଇଁ ମୁତୟନ ଅଛନ୍ତି ଆଇଟିବିପି-୪୧ ବାଟାଲିୟନ୍‌ର ଯବାନ । ଏମାନେ କେବଳ ମାଓବାଦୀଙ୍କ ସହ ଲଢ଼େଇ କରୁ ନାହାନ୍ତି ସେଠାକାର ସାଧାରଣ ଲୋକଙ୍କୁ ମଧ୍ୟ ବିପଦ ଆପଦରେ ସାହା ହେଉଛନ୍ତି । ଶୁକ୍ରବାର ଦିନ ଏମାନେ ଖବର ପାଇଲେ ଜଣେ ଆସନ୍ନ ପ୍ରସବା ଗର୍ଭ କଷ୍ଟ…

ପାହାଳରେ ମିଠା ଦୋକାନ ଉଚ୍ଛେଦ

ଭୁବନେଶ୍ୱର (କେନ୍ୟୁଜ୍‌) : କଟକ-ଭୁବନେଶ୍ୱର ରାସ୍ତା ପାହାଳ ନିକଟରେ ଜବର ଦଖଲ ଉଚ୍ଛେଦ । ରାସ୍ତ କଡ଼ରେ ଥିବା ମିଠା ଦୋକାନଗୁଡ଼ିକୁ ଉଚ୍ଛେଦ କରାଯାଇଛି । ପାହାଳ ନିକଟରେ ହୋଇଥି ପୋଲିସ୍‌ ଫାଣ୍ଡି ନିକଟ ଅଞ୍ଚଳରେ ଜେସିବି ଦ୍ୱାରା ଏସବୁ ଦୋକାନ ହଟା ଯାଇଛି ।

ବର୍ଷା ବାଧା : ଲର୍ଡ଼ସରେ ଭାରତକୁ ଝଟ୍‌କା

ଲଣ୍ଡନ : ଲର୍ଡସରେ ଆରମ୍ଭ ହୋଇଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ ବର୍ଷା ସେମିତି ବାଧକ ସାଜିଛି । ତେବେ ଆଜି ଦ୍ୱିତୀୟ ଦିନରେ ୮.୩ ଓଭର ଖେଳରେ ଭାରତ ୩ ଓ୍ଵିକେଟ୍‌ ହରାଇ କରିଛି ମାତ୍ର ୧୫ ରନ୍‌ । ପେସ୍‌ ବୋଲିର୍‌ ଆଣ୍ଡର୍ସନ ଦୁଇ ଓପ୍ନର ମୁରଲୀ ବିଜୟ ଓ ଲୋକେଶ ରାହୁଲଙ୍କୁ ଆଉଟ୍‌ କରି…

ଏସୀୟ କ୍ରୀଡ଼ା : ଜାକର୍ତ୍ତାରେ ଟ୍ରାଫିକ୍‌ ସମସ୍ୟା ଏଡ଼ାଇବାକୁ ଛୁଟି ରହିବ ସବୁ ସ୍କୁଲ

ଜାକର୍ତ୍ତା : ଠିକ୍‌ ସପ୍ତାହେ ପରେ ଇଣ୍ଡୋନେସିଆର ଜାକର୍ତ୍ତାରେ ଆରମ୍ଭ ହେବା ଏସୀୟ କ୍ରୀଡ଼ା । ଏଥିରେ ଏସିଆ ମହାଦେଶର ୪୫ଟି ଦେଶ ଭାଗ ନେବେ । ସେପଟେମ୍ବର ୨ ତାରିଖ ଯାଏ ଚାଲିବ ଏହି କ୍ରୀଡ଼ା ମହାକୁମ୍ଭ । ତେଣୁ ଜାକର୍ତ୍ତାରେ ପହଞ୍ଚିବେ ହଜାର ହଜାର ଆଥ୍‌ଲେଟ୍‌ । ଏମିତିରେ ସହରରେ ସବୁ ବେଳେ…

କେରଳରେ ବର୍ଷା ବିତ୍ପାତ ଜାରି : ଉଦ୍ଧାର କାର୍ଯ୍ୟରେ ସେନା ନିୟୋଜିତ

କୋଚି : ପ୍ରବଳ ବର୍ଷାରେ ବେହାଲ ପୂରା କେରଳ ରାଜ୍ୟ । ବର୍ଷା, ବନ୍ୟା ଓ ମାଟି ଧସିବା ଯୋଗୁଁ କେରଳରେ ୨୬ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । କେତେକ ଅଞ୍ଚଳରେ ବର୍ଷା ପାଣି ଭର୍ତ୍ତି ହୋଇ ରହିଛି । ସେନା, ନୌସେନା ଓ ଏୟାରଫୋର୍ସ, କୋଷ୍ଟଗାର୍ଡ଼ ଏବଂ ଏନ୍‌ଡିଆରଏଫ୍‌ ଟିମ୍‌ ବିଭିନ୍ନ ସ୍ଥାନରେ ଉଦ୍ଧାର…

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : କର୍ମକ୍ଷେତ୍ରରେ ଉନ୍ନତି ସହ ମାନସମ୍ମାନ ପ୍ରାପ୍ତି ହେବ । ପିତୃଦେହରେ ପୀଡ଼ା ଦେଖା ଦେଇପାରେ । ସ୍ଥିରମନରେ ପ୍ରତ୍ୟେକ କାର୍ୟ୍ୟ କରନ୍ତୁ । ବୃଷ : ପିତାଙ୍କ ସହଯୋଗ ମିଳିବ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ଦୂରଯାତ୍ରା ଯୋଗ ସହ ଧନ ଲାଭର ଯୋଗ ରହିଛି । ମିଥୁନ …

ଲର୍ଡ଼ସ ଟେଷ୍ଟ: ବର୍ଷାରେ ଧୋଇଗଲା ପ୍ରଥମ ଦିନର ଖେଳ

ଲଣ୍ଡନ୍‌ : ଲଗାଣ ବର୍ଷା ଲର୍ଡ଼ସ ଟେଷ୍ଟର ପ୍ରଥମ ଦିନ ଖେଳ ଧୋଇ ନେଇଛି । ଉଭୟ ଭାରତ ଓ ଇଂଲଣ୍ଡ ଦଳର ଖେଳାଳି ଅପେକ୍ଷା କରି ରହିଥିଲେ କେତେବେଳେ ବର୍ଷା ଛାଡ଼ିବ । ହେଲେ ବର୍ଷା ବନ୍ଦ ହେଲା ନାହିଁ । ତେଣୁ ଅମ୍ପାୟାର ଓ ମ୍ୟାଚ୍‌ରେଫରୀ ଶେଷରେ ମିଳିତ ନିଷ୍ପତ୍ତି ନେଇ ପ୍ରଥମ ଦିନର ଖେଳ ବାତିଲ…

ଦାଉଦର ମୁମ୍ବାଇ ସମ୍ପତ୍ତି ସାଢ଼େ ୩ କୋଟିରେ ନିଲାମ

ମୁମ୍ବାଇ : ଅଣ୍ଡରଓ୍ଵାର୍ଲଡ ଡନ୍‌ ଦାଉଦ ଇବ୍ରାହିମ୍‌ର ମୁମ୍ମାଇରେ ଥିବା ସମ୍ପତ୍ତି ସାଢ଼େ ୩ କୋଟି ଟଙ୍କାରେ ନିଲାମ ହୋଇଛି । ୧ କୋଟି ୯୧ ଲକ୍ଷ ଟଙ୍କାରୁ ନିଲାମି ଆରମ୍ଭ ହୋଇଥିଲା । ଦକ୍ଷିଣ ମୁମ୍ବାଇରେ ଥିବା ଏହି ସମ୍ପତ୍ତି ନିଲାମି ଡାକରାରେ ୨୫ ଜଣ ସାମିଲ ହୋଇଥିଲେ । ହେଲେ ସର୍ବାଧିକ…

ଚୋରା ମଦ ଜବତ

ନିଆଳି (କେନ୍ୟୁଜ୍‌) : କଟକ ଜିଲ୍ଲା ନିଆଳି ନିକଟ ଗରଗରା ଠାରେ ଓଲଟପୁର ପୋଲିସ୍‌ ୧୫୫ ବୋତଲ ଚୋରା ମଦ ଜବତ କରିଛି । ଏହି ଘଟଣାରେ ଜଣେ ବ୍ୟକ୍ତିକୁ ଅଟକ ରଖି ପୋଲିସ୍‌ ପଚରା ଉଚରା କରିଛି । ଏକ ଗାଡ଼ିରେ ମଦ ସବୁ ଫୁଲନଖରା ପଟୁ ଆସୁଥିବା ବେଳେ ପୋଲିସ୍‌ ଜବତ କରିଥିଲା ।

ପଟାମୁଣ୍ଡାଇ ଗୋପୀନାଥପୁରରେ ୪୦ ଫୁଟର ଘାଇ

କେନ୍ଦ୍ରପାଡ଼ା : ପଟାମୁଣ୍ଡାଇ ମୁଖ୍ୟ କେନାଲ ଗୋପୀନାଥପୁରରେ ୪୦ ଫୁଟର ଘାଇ । ପାଣି ମାଡ଼ି ଆସିବାରୁ ଜଳମଗ୍ନ ହୋଇଛି ଶହ ଶହ ହେକ୍ଟର ଚାଷ ଜମି । ତଳିଆ ଅଞ୍ଚଳରେ ପାଣି ପଶିଯିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କେନାଲର ଦକ୍ଷିଣ ପାର୍ଶ୍ୱରେ ନଦୀ ବନ୍ଧ କାମ ନିମ୍ନ ମାନର…