ପୁରୀରେ ୧୨୪ ଜଣ କୋଭିଡ୍‌ ମନିଟରଙ୍କୁ ନିଯୁକ୍ତି କଲେ ଜିଲ୍ଲାପାଳ: ବସ୍ତି ଗୁଡ଼ିକରେ ବୁଲି ସଂଗ୍ରହ କରିବେ ଥଣ୍ଡା,କାଶ ଓ କଫ ଲକ୍ଷଣ ଥିବା ବ୍ୟକ୍ତିଙ୍କ ତଥ୍ୟ

ପୁରୀ: ପୁରୀରେ ଥିବା ବସ୍ତି ଗୁଡ଼ିକରେ କରୋନା ସଂକ୍ରମଣ ହେବା ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ନେଇଛନ୍ତି ଅଭିନବ ପଦକ୍ଷେପ। ବସ୍ତି ଗୁଡ଼ିକରେ ଜନଜସେତନତା ସୃଷ୍ଟି କରିବା ସହ ପ୍ରତ୍ୟେକ ଘରକୁ ସଂକ୍ରମଣ ରୋକିବା ପାଇଁ ୧୨୪ ଜଣ କୋଭିଡ୍‌ ମନିଟରଙ୍କୁ ନିଯୁକ୍ତି ଦିଆଯାଇଛି। ଏହି କୋଭିଡ୍‌ କେୟାର ମନିଟରକୁ ଜିଲ୍ଲାପାଳ ନିଜେ ତାଲିମ ନେଇ କରୋନା ଲଢେଇର ନେତୃତ୍ୱ ନେବାକୁ ଆହ୍ଵାନ ନେଇଛନ୍ତି।

ଏହି ସ୍ୱେଚ୍ଛାସେବୀମାନେ ଘରଦ୍ୱାର ବୁଲି ଥଣ୍ଡା , କାଶ , କଫ ଲକ୍ଷଣ ଥିବା ବ୍ୟକ୍ତିଙ୍କ ତଥ୍ୟ ସଂଗ୍ରହ କରିବେ । ସେମାନଙ୍କୁ ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ରକ୍ଷା କରିବାକୁ ସଚେତନ କରିବେ। ସହରର ୨୫,୨୬, ୩୧ ଓ ୩୨ ନମ୍ବର ୱାର୍ଡରେ ଥିବା ୪୭ଟି ଛୋଟବଡ ସାହିର ପ୍ରାୟ ୫ହଜାର ଘରର ତଥ୍ୟ ସଂଗ୍ରହ କରାଯିବ। ଯେଉଁମାନେ କୋଭିଡ୍‌ ଓ ସଂଗରୋଧ ନିୟମ ଉଲ୍ଲଘନ କରିବେ ସେମାନଙ୍କ ବିରୋଧରେ ପୌର ସଂସ୍ଥା ଓ ପୋଲିସ କଠୋର ପଦକ୍ଷେପ ନେବ । ପୁରୀରେ ଥିବା ବସ୍ତି ଗୁଡ଼ିକରେ ସଂକ୍ରମଣ ହେବା ଆଶଙ୍କାରେ ଜିଲ୍ଲାପାଳ ବଲୱନ୍ତ ସିଂହ ନିଜେ ଏହି ତାଲିମ କାର୍ଯ୍ୟକ୍ରମ କରିବା ସହ କୋଭିଡ୍‌ ମନିଟର ମାନଙ୍କୁ ସହଯୋଗ କରିବାକୁ ପରାମର୍ଶ ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.