ଆଜି ରାଜ୍ଯରେ ୧୬୪୩ କରୋନା ପଜିଟିଭ୍ ଚିହ୍ନଟ: ଗଞ୍ଜାମ ଓ  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୭୪ ସଂକ୍ରମିତ

ଭୁବନେଶ୍ବର: ରାଜ୍ଯରେ ଆଜି ୧୬୪୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୧୦୧୮ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଏବଂ ଲୋକାଲ କେସ୍ ରୁ ୬୨୫ ଜଣ ଚିହ୍ନଟ ହୋଇଥିବାନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମୁଦାୟ ୨୮ଟି ଜିଲ୍ଲାରୁ ଏହି ସମସ୍ତ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ପଜିଟିଭଙ୍କ ସଂଖ୍ଯା ୪୪,୧୯୩ ରେ ପହଁଚିଛି । ଏମାନଙ୍କ ୨୮,୬୯୭ ସୁସ୍ଥ ହୋଇସାରିଥିବାବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୧୫,୧୮୯ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଗଞ୍ଜାମ ଓ  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୭୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୧୬,ବାଲେଶ୍ବରରୁ ୭୩,ବରଗଡରୁ ୭, ଭଦ୍ରକରୁ ୨, ବଲାଙ୍ଗିରରୁ ୪୩, ବୌଦ୍ଧରୁ ୭, କଟକରୁ ୯୮,ଢେଙ୍କାନାଳରୁ ୩୬, ଗଜପତିରୁ ୩୫, ଜଗତସିଂହପୁରରୁ ୨୧, ଯାଜପୁରରୁ ୩୬, ଝାରସୁଜୁଡା ୨, କଳାହାଣ୍ଡିରୁ ୩୦, କନ୍ଧମାଳରୁ ୫୨, କେନ୍ଦ୍ରାପଡାରୁ ୧୪, କେନ୍ଦୁଝରରୁ ୩,କୋରାପୁଟରୁ ୫୦, ମାଲକାନଗିରିରୁ ୨୭,ମୟୁରଭଞ୍ଜରୁ ୩୯,ନବରଙ୍ଗପୁରରୁ ୫,ନୟାଗଡରୁ ୪୦,ନୂଆପଡାରୁ ୧, ପୁରୀରୁ ୯୨,ରାୟଗଡାରୁ ୧୩୬,ସମ୍ବଲପୁରରୁ ୧୧୨,ଏବଂ ସୁନ୍ଦରଗଡରୁ ୧୧୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.