ଆଜି ସିଏମସିରୁ ୪ କରୋନା ପଜିଟିଭ୍ ଚିହ୍ନଟ

କଟକ: ସିଏମସି ଅଞ୍ଚଳରୁ ୪ କରୋନା ପଜିଟିଭ୍ ଚିହ୍ନଟ । ଏମାନଙ୍କ ଭିତରୁ ୨ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ, ଜଣେ ହୋମ୍ କ୍ବାରେଣ୍ଟାଇନ୍ ଏବଂ ଜଣେ ଲୋକାଲ୍ କେସରୁ ଚିହ୍ନଟ ହୋଇଛନ୍ତି ।

ctc

-ଏହି ୪ କରୋନା ପଜିଟିଭଙ୍କ ଭିତରୁ ଲୋକାଲ୍ କେସରୁ ଜଣେ ୩୬ ବର୍ଷିୟ ପୁରୁଷ ସଂକ୍ରମିତ ହୋଇଛନ୍ତି, ଯିଏକି ସୁତାହାଟ ଓଡିଆ ବଜାର ଅଞ୍ଚଳର

– ଜଣେ ୬୦ ବର୍ଷିୟା ମହିଳା ଏବଂ ଜଣେ ୩୪ ବର୍ଷିୟ ପୁରୁଷ  ଯିଏକି କ୍ବାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ମହିଳା ଜଣଙ୍କ ଜଣେ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବାବେଳେ ପୁରୁଷ ଜଣଙ୍କ ନିକଟରେ ହାଇଦ୍ରାବାଦରୁ ଫେରିଥିଲେ ।

-ଏହାସହ ଜଣେ ୪୬ ବର୍ଷିୟ ପୁରୁଷ ଯିଏକି ସିଡିଏ ସେକ୍ଟର-୬ ଅଞ୍ଚଳର। ସେ ନିକଟରେ ଚେନ୍ନାଇରୁ ଫେରି ହୋମ୍ କ୍ବାରେଣ୍ଟାଇନରେ ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.