ବାନ୍ଦ୍ରାରେ ଶହ ଶହ ଶ୍ରମିକ ଏକାଠି ହେବା ଘଟଣା, ବିନୟ ଦୁବେ ନାମକ ବ୍ୟକ୍ତିକୁ ଗିରଫ କଲା ମୁମ୍ବାଇ ପୋଲିସ୍

ମୁମ୍ବାଇ: ଲକଡାଉନ୍‌ ବନାମ ବାନ୍ଦ୍ରା । ବାନ୍ଦ୍ରାରେ ଶହ ଶହ ଶ୍ରମିକ ଏକାଠି ହେବା ଘଟଣାରେ ବାନ୍ଦ୍ରା ପୋଲିସ ଥାନାରେ ମାମଲା । ଏହି ଘଟଣାରେ ଜଣକୁ ଗିରଫ କରିଛି ପୋଲିସ । ବିନୟ ଦୁବେ ନାମକ ବ୍ୟକ୍ତିକୁ ନଭୀ ମୁମ୍ବାଇ ପୋଲିସ ଗିରଫ କରି ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରିଛି । ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କୁ ବାନ୍ଦ୍ରା ଷ୍ଟେସନ୍‌ରେ ଏକାଠି କରିବା ଅଭିଯୋଗ ରହିଛି ।

bandra_crowdକରୋନା ଚେନ୍‌ ଛିଣ୍ଡାଇବାକୁ ଦେଶ ଲକଡାଉନରେ ଥିବା ବେଳେ ଗତକାଲି ମୁମ୍ବାଇ ବାନ୍ଦ୍ରା ଜନସମୁଦ୍ର ପାଲଟିଲା । ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ବି ଶହଶହ ସଂଖ୍ୟାରେ ପ୍ରବାସୀ ଶ୍ରମିକ ବାନ୍ଦ୍ରା ଷ୍ଟେସନ୍‌ ଆଡ଼କୁ ମାଡ଼ି ଆସିଥିଲେ । ଗତକାଲି ପ୍ରଥମ ପର୍ଯ୍ୟାୟ ଲକଡାଉନ ସରୁଥିବାରୁ ଲକଡାଉନ ହଟିଲା ବୋଲି ଗୁଜବ ହୋଇଥିଲା । ଫଳରେ ମୁମ୍ବାଇରେ ଅଟକିଥିବା ଶ୍ରମିକମାନେ ଘରମୁହାଁ ହୋଇଥିଲେ । ଶ୍ରମିକଙ୍କୁ ଘଉଡାଇବା ପାଇଁ ପୋଲିସକୁ ବାଧ୍ୟ ହୋଇ ଲାଠିଚାର୍ଜ କରିବାକୁ ପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.