ଭାରତୀୟ ବୈଜ୍ଞାନିକଙ୍କ ବଡ ଘୋଷଣା, ଦେଶର ପାଞ୍ଚଟି ରାଜ୍ୟର ବାଦୁଡ଼ିଙ୍କ ଶରୀରରେ ମିଳିଲା କରୋନା ଭାଇରସ

ମାରାତ୍ମକ କରୋନା ଭାଇରସକୁ ନେଇ ଚର୍ଚ୍ଚା ହେଉଥିଲା କି ଏହା ବାଦୁଡ଼ି ଶରୀରରୁ ମଣିଷ ଶରୀରକୁ ଆସିଛି । କିନ୍ତୁ ଭାରତୀୟ ବୌଜ୍ଞାନିକ ମାନେ ଏହାର ସତ୍ୟାସତ୍ୟ ଖୋଜି ବାହାର କରିଛନ୍ତି । ଦେଶର ୧୦ ରୁ ପାଞ୍ଚଟି ରାଜ୍ୟର ବାଦୁଡ଼ିଙ୍କ ଠାରେ ଏହି ଭାଇରସକୁ ଠାବ କରାଯାଇଛି । ଦୁଇ ପ୍ରଜାତିର ୫୮୬ ଟି ବାଦୁଡ଼ିଙ୍କୁ ନେଇ ଏହି ପରୀକ୍ଷଣ କରାଯାଇଥିବା ବେଳେ, ସେ ମଧ୍ୟରୁ ୨୫ ଟି ବାଦୁଡ଼ି ସଂକ୍ରମିତ ବୋଲି ଜଣା ପଡିଥିଲା । ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ସଂସ୍ଥାନ ବା ଆଇସିଏମଆର ଅନୁଯାୟୀ, ପୁନେ ସ୍ଥିତ ଇନଷ୍ଟିଟ୍ୟୁଟ ଅଫ ଭାଇରୋଲୋଜି ଲ୍ୟାବରେ ଦୀର୍ଘ ୩ ବର୍ଷ ହେବ ବାଦୁଡ଼ି ମାନଙ୍କ ଉପରେ ଅଧ୍ୟୟନ କରାଯାଇ ଆସୁଥିଲା ।

bats

ଏଭିତରେ ବୈଜ୍ଞାନିକ ମାନେ କରୋନା ଭାଇରସକୁ ନେଇ ବାଦୁଡ଼ି ମାନଙ୍କ ନମୁନା ସଂଗ୍ରହ କରି ଯାଞ୍ଚ ଆରମ୍ଭ କରି ଦେଇଥିଲେ । କହିରଖିବା ଉଚିତ ହେବକି, କିଛି ମାସ ତଳେ କେରଳ ରାଜ୍ୟରେ ବ୍ୟାପିଥିବା ନିପାହ ଭାଇରସ ବି ବାଦୁଡ଼ି ମାନଙ୍କ ଠାରୁ ଆସିଥିବା ଜଣାପଡିଥିଲା । ତେଣୁ ଏପରି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବାଦୁଡ଼ି ଅଧିକ ସଂଖ୍ୟାରେ ଥିବା ରାଜ୍ୟ ଗୁଡିକରେ ପରୀକ୍ଷଣ ଆରମ୍ଭ କରାଯାଇଥିଲା ।

ସୂଚନା ଦେବା ଜରୁରୀକି କେରଳ, ଚଣ୍ଡୀଗଡ଼, କର୍ଣ୍ଣାଟକ, ହିମାଚଳ ପ୍ରଦେଶ, ପଞ୍ଜାବ, ଗୁଜୁରାଟ, ଓଡିଶା, ପୁଡୁଚେରୀ, ତାମିଲ ନାଡୁ ଓ ତେଲେଙ୍ଗାନା ପରି ରାଜ୍ୟରୁ ୫୦୮ ଟି ନମୁନା ନେଇ ପରୀକ୍ଷଣ କରାଯାଇଥିଲା । ଯେବେକି କେରଳ, କର୍ଣ୍ଣାଟକ, ଚଣ୍ଡୀଗଡ଼, ଗୁଜୁରାଟ,ଓଡିଶା, ପଞ୍ଜାବ ଓ ତେଲେଙ୍ଗାନା ପରି ରାଜ୍ୟ ମାନଙ୍କରୁ ୭୮ଟି ନମୁନା ନେଇ ପରୀକ୍ଷଣ କରାଯାଇଥିଲା । ବୈଜ୍ଞାନିକ ଡଃ ଆର ଵାଲ ସୁବ୍ରମଣ୍ୟମଙ୍କ ଅନୁଯାୟୀ କେରଳର ବାଦୁଡ଼ିଙ୍କ ଠାରେ ହିଁ କରୋନା ଲକ୍ଷଣ ଠାବ କରାଯାଇଥିଲା । ବୈଜ୍ଞାନିକଙ୍କ ଅନୁଯାୟୀ କିନ୍ତୁ ଏହା ମଣିଷ ଶରୀର ଯାଏଁ କେମିତି ପହଁଚୁଛି ସେ ନେଇ ଅଧିକ ଗବେଷଣାର ଆବଶ୍ୟକତା ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.