ଦେଶରେ ଗମ୍ଭୀର ହେବାରେ ଲାଗିଛି କରୋନା ସ୍ଥିତି: ମାରାତ୍ମକ ଭାଇରସ୍‌ ନେଲାଣି ୧୬୬ ମୁଣ୍ଡ, ଆକ୍ରାନ୍ତଙ୍କ ସଂଖ୍ୟା ୫୭୩୪ ଛୁଇଁଲା

ନୂଆଦିଲ୍ଲୀ: ଦେଶରେ ଗମ୍ଭୀର ହେବାରେ ଲାଗିଛି କରୋନା ସ୍ଥିତି। ଦିନକୁ ଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା। ଏଯାଏଁ ମାରାତ୍ମକ ଭାଇରସ୍‌ ନେଲାଣି ୧୬୬ ମୁଣ୍ଡ। ଆକ୍ରାନ୍ତ ହୋଇଛନ୍ତି ୫ହଜାର ୭୩୪ ଜଣ । ୪୭୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶର ମୋଟ ୨୭୪ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଭିନ୍ନ ହସ୍ପିଟାଲରେ ୫ହଜାର ୯୫ ଜଣ ଚିକିତ୍ସାଧୀନ ଅଛନ୍ତି। ତେବେ ମହାରାଷ୍ଟ୍ରରେ ଅଧିକ ମାରାତ୍ମକ ରୂପ ନେଇଛି ଏହି ଭାଇରସ୍‌। ୧୧୩୫ଜଣ ଆକ୍ରାନ୍ତ ହୋଇଥିବାବେଳେ ୭୨ଜଣଙ୍କ ମୃତ୍ୟୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.