କରୋନାରୁ ସୁସ୍ଥ ହେବାର ଦୁଇ ତିନି ମାସ ପର୍ଯ୍ୟନ୍ତ ରହୁଛି ଲକ୍ଷଣ: ଅକ୍ସଫୋର୍ଡ

ନୂଆଦିଲ୍ଲୀ: କରୋନାରୁ ସୁସ୍ଥ ହେବାର ଦୁଇ ତିନି ମାସ ପର୍ଯ୍ୟନ୍ତ ରହୁଛି ଲକ୍ଷଣ। ସର୍ଭେ ଅନୁଯାୟୀ ଏଭଳି ବୟାନ ଦେଇଛି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର। ହସପିଟାଲରୁ ଡିସଚାର୍ଜ ହେଉଥିବା ରୋଗୀମାନେ ଦୁଇରୁ ତିନି ମାସ ପର୍ଯ୍ୟନ୍ତ ନିଶ୍ୱାସ ପ୍ରଶ୍ୱାସ, ଥକାପଣ, ଚିନ୍ତା ଓ ଉଦାସୀନତାର ଲକ୍ଷଣ ଅନୁଭବ କରୁଛନ୍ତି । ଡାକ୍ତରଖାନାରୁ ଡିସଚାର୍ଜ ହେଉଥିବା ପ୍ରାୟ ଅଧା ରୋଗୀଙ୍କ ପାଖରେ ଏହି ଲକ୍ଷଣ ରହୁଥିବା ବ୍ରିଟେନର ଏକ ଅଧ୍ୟୟନରୁ ଜଣାପଡିଛି ।

ଅକ୍ସଫୋର୍ଡ ୟୁନିଭରସିଟିର ବୈଜ୍ଞାନିକଙ୍କ ଦ୍ୱାରା ହୋଇଥିବା ଏହି ଅନୁସନ୍ଧାନରୁ ଜଣାପଡିଛି ଯେ, ମହାମାରୀ ରୋଗରେ ପୀଡିତ ୫୮ ପ୍ରତିଶତ ରୋଗୀଙ୍କ ମଧ୍ୟରେ କୋଭିଡ ୧୯ର ଦୀର୍ଘମିଆଦି ପ୍ରଭାବ ଦେଖିବାକୁ ମିଳିଛି । କୋଭିଡ଼ ୧୯ ଆରମ୍ଭ ହେବାର ଦୁଇ ତିନି ମାସ ପରେ ୬୪ ପ୍ରତିଶତ ରୋଗୀ କ୍ରମାଗତ ନିଶ୍ୱାସ ପ୍ରଶ୍ୱାସରେ ପୀଡିତ ହୋଇଥିଲେ । ୫୫ ପ୍ରତିଶତ ଥକ୍କା ଅନୁଭବ କରିଥିଲେ । ସେହିଭଳି ୬୦ ପ୍ରତିଶତ ଫୁସଫୁସରେ, ୨୯ ପ୍ରତିଶତ କିଡନୀରେ, ୨୬ ପ୍ରତିଶତ ହୃଦୟରେ ଏବଂ ୧୦ ପ୍ରତିଶତ ଲିଭରରେ ଅସ୍ୱାଭାବିକତା ଦେଖାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.