ରାଜ୍ଯରେ ଆଜି ଆଉ ୫ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ବର: ରାଜ୍ଯରେ ଆଜି ଆଉ ୫ଜଣଙ୍କ ଜୀବନ ନେଲା କରୋନା। ଏମାନଙ୍କ ମଧ୍ଯରେ ଗଞ୍ଜାମରୁ ୨ଜଣ ଏବଂ ଭୁବନେଶ୍ବର,କଟକ ଓ ପୁରୀରୁ ଜଣେ ଲେଖାଏଁ ସଂକ୍ରମିତ ମୃତ୍ଯୁବରଣ କରିଛନ୍ତି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି। ଏହାସହିତ କେନ୍ଦ୍ରାପଡ଼ାରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଭିନ୍ନ କୌଣସି କାରଣ ପାଇଁ ହୋଇଥିବା କୁହାଯାଇଛି।

ଗଞ୍ଜାମର ଜଣେ ୭୨ ବର୍ଷୀୟ ବୃଦ୍ଧ ଓ ଅନ୍ୟ ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସେହିପରି ପୁରୀରେ ୭୦ ବର୍ଷୀୟ ବୃଦ୍ଧ, ଭୁବନେଶ୍ୱରର ୫୬ ବର୍ଷୀୟ ମହିଳା ଓ କଟକର ୪୬ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ ନେଇଛି ଏହି ମହାମାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.