ଶିଶୁଙ୍କୁ କୋଭିଡ୍‌ ହେଲେ ହସ୍ପିଟାଲରେ ତା ସହ ପରିବାରର ଜଣେ ସଦସ୍ୟ ରହି ପାରିବେ: କେନ୍ଦ୍ର ସରକାରଙ୍କ ଗାଇଡ଼ ଲାଇନ

କେନ୍ୟୁଜ୍(ବ୍ୟୁରୋ):  ଶିଶୁଙ୍କୁ କୋଭିଡ୍‌ ହେଲେ, ହସ୍ପିଟାଲରେ ତା ସହ ପରିବାରର ଜଣେ ସଦସ୍ୟ ରହି ପାରିବେ। କିମ୍ବା ଶିଶୁର ଅନୁମତିରେ ଯତ୍ନ ନେବା ପାଇଁ ଆଉ ଜଣେ କେହି ରହି ପାରିବେ। ଯଦି ପରିବାରର କେହି ବୟସ୍କ ଲକ୍ଷଣ ନଥାଇ ସଂକ୍ରମିତ ହୋଇଥିବେ କିମ୍ବା ଜଣେ କେହି ସଂକ୍ରମିତ ହୋଇ ସୁସ୍ଥ ହୋଇଥିବ ସେ ଶିଶୁଙ୍କ ପାଖରେ ରହି ପାରିବେ। ଯଦି କେହି କୋଭିଡ୍‌ ନେଗେଟିଭ୍‌ ଥିବେ ଏବଂ ଶିଶୁଙ୍କ ସହ ରହିବାକୁ ଚାହୁଁଥିବେ ତେବେ ସେ ଅନୁମତି ନେଇ ରହି ପାରିବେ। ତାଙ୍କୁ ପିପିଇ କିଟ୍‌ ଓ ମାସ୍କ ଆଦି ଯୋଗାଇ ଦିଆଯିବ। ଶିଶୁ ଓ କିଶୋର-କିଶୋରୀଙ୍କ କ୍ଷେତ୍ରରେ କୋଭିଡ୍‌ ଚିକିତ୍ସା ନେଇ ଆସିଥିବା ଗାଇଡଲାଇନ୍‌ରେ ଏହା ଉଲ୍ଲେଖ ରହିଛି। ବୟସ୍କଙ୍କ ଚିକିତ୍ସା ଲାଗି ଥିବା ଆଇଭରମେକ୍‌ଟିନ, ଫାଭିପିରାଭିର, ଡକ୍ସିସାଇକ୍ଲିନ, ଆଜିଥ୍ରୋମାଇସିନ ଭଳି ଔଷଧ ଶିଶୁଙ୍କୁ ଦିଆଯାଇ ପାରିବ ନାହିଁ।

ଶିଶୁ ଓ କିଶୋର ଏବଂ କିଶୋରୀଙ୍କୁ ନେଇ ଚିନ୍ତା ବଢିଛି। ଦ୍ୱିତୀୟ ଲହରରେ ଅନେକ ଶିଶୁ ଆକ୍ରାନ୍ତ ହୋଇଛନ୍ତି। ଆଗକୁ ତୃତୀୟ ଲହରରେ ମଧ୍ୟ ଅଧିକ ଆକ୍ରାନ୍ତ ହେବା ଆଶଙ୍କା ପ୍ରକାଶ ପାଉଛି। ବର୍ତ୍ତମାନ ବିଭିନ୍ନ ରାଜ୍ୟ ଆରମ୍ଭ କରିଛନ୍ତି ଅନ୍‌ଲକ। ଆଗକୁ ସ୍କୁଲ କଲେଜ ମଧ୍ୟ ଖୋଲିପାରେ। ତେଣୁ ଶିଶୁଙ୍କ ସହ କିଶୋର ଓ କିଶୋରୀ ସଂକ୍ରମିତ ହେବା ଭୟ ରହୁଛି। ଏସବୁ ଦୃଷ୍ଟିରେ ରଖି ଶିଶୁଙ୍କ କୋଭିଡ୍‌ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଗାଇଡ ଲାଇନ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର।

ବିଭିନ୍ନ ଜିଲ୍ଲାରେ ଦ୍ୱିତୀୟ ୱେଭ୍‌ର ପିକ୍‌କୁ ଦେଖି ଶିଶୁଙ୍କ ପାଇଁ ଆବଶ୍ୟକ ଶଯ୍ୟା ବ୍ୟବସ୍ଥା କରିବାକୁ ପଡିବ। ଏହି ସଂଖ୍ୟାରୁ କେତେ ଶିଶୁଙ୍କ କେସ୍‌ ଆସିବ ଓ କେତେ ଜଣ ଆଡମିଟ୍‌ ହେବେ ତାର ଆଗୁଆ ହିସାବ କରିବାକୁ କୁହାଯାଇଛି। ଅଧିକ ଗୁରୁତର ଶିଶୁଙ୍କ ପାଇଁ କୋଭିଡ୍‌ କେୟାର ବ୍ୟବସ୍ଥା ବଢାଇବାକୁ ପଡିବ। ଏଥିପାଇଁ ସ୍ୱତନ୍ତ୍ର ଭିତ୍ତିଭୂମି,ଉପକରଣ ସହ ଅଧିକ ପ୍ରଶିକ୍ଷିତ ଡାକ୍ତର ଓ ନର୍ସଙ୍କ ଆବଶ୍ୟକ ପଡିବ। କୋଭିଡ୍‌ କେୟାର କେନ୍ଦ୍ରଗୁଡିକରେ ଶିଶୁଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ପଡିବ। ଯେଉଁଠି ଶିଶୁଙ୍କ ସହ ତାଙ୍କ ପରିବାର ଲୋକଙ୍କୁ ରହିବାକୁ ଅନୁମତି ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.