Below header

କରୋନା ଭାଇରସ୍‌ ଡ଼ରରେ ଏହି ଦେଶର ସରକାର ନେଲେ ବଡ଼ ନିଷ୍ପତ୍ତି, ମୁକ୍ତ କଲେ ୮୫ ହଜାର ବନ୍ଦୀଙ୍କୁ

କରୋନା ଭାଇରସ ଯୋଗୁ ଅଧିକ ସଂକ୍ରମିତ ହୋଇଥିବା ଦେଶ ମଧ୍ୟରେ ଇରାନ ରହିଛି ୩ୟ ସ୍ଥାନରେ । ପ୍ରଥମରେ ରହିଛି ଚୀନ୍‌ ଓ ଦ୍ୱିତୀୟରେ ଇଟାଲୀ । ହେଲେ କରୋନା ଯୋଗୁ ସର୍ବାଧିକ ମୃତ୍ୟୁ ହୋଇଛି ଇରାନରେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଇରାନ ସରକାର ପ୍ରାୟ ୮୫ ହଜାର ବନ୍ଦୀଙ୍କୁ ଅସ୍ଥାୟୀ ଭାବେ ମୁକ୍ତ କରିଥିବା ପ୍ରକାଶ କରିଛନ୍ତି । ତେବେ ମୁକ୍ତ ହୋଇଥିବା ବନ୍ଦୀଙ୍କ ମଧ୍ୟରେ ଅଧିକାଂଶ ଯୁଦ୍ଧ ବନ୍ଦୀ ବୋଲି ଇରାନ ସୂତ୍ରରୁ ଜଣାପଡ଼ିଛି । ବନ୍ଦୀମାନଙ୍କୁ କେବେ ଜେଲ୍‌କୁ ଫେରାଇ ଅଣାଯିବ ସେ ସମ୍ପର୍କରେ ଜେଲ୍‌ କର୍ତ୍ତୃପକ୍ଷ କିଛି କହି ନାହାନ୍ତି ।

ଇରାନରେ କରୋନା ସଂକ୍ରମଣରେ ଅଧିକ ଲୋକଙ୍କ ପ୍ରାଣ ହାନି ଘଟୁଥିବାରୁ ଏ ସଂକ୍ରାନ୍ତରେ ଯୁକ୍ତ ରାଜ୍ୟ ରାଜନୈତିକ ଯୁଦ୍ଧ ବନ୍ଦୀଙ୍କୁ ମୁକ୍ତ କରିବାକୁ ଆଗରୁ ମଧ୍ୟ ଇରାନକୁ ସତର୍କ କରାଇଥିଲା । ତେଣୁ ଇରାନ ସରକାର ଯୁଦ୍ଧ ବନ୍ଦୀ ସହ ୫ ବର୍ଷରୁ କମ୍‌ ଦଣ୍ଡ ଭୋଗୁଥିବା କଏଦୀମାନଙ୍କୁ ମୁକ୍ତ କରିଥିଲେ ମଧ୍ୟ କଠୋର ଦଣ୍ଡରେ ଦଣ୍ଡିତ ଥିବା କଏଦୀଙ୍କୁ ମୁକ୍ତ କରି ନଥିବା ଜଣାଯାଇଛି । ତେବେ ଜେଲ୍‌ରେ ଥିବା କଏଦୀମାନଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରାଯାଇଛି ବୋଲି ଜେଲ୍‌ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.