ଆକ୍ସନ ମୋଡ଼ରେ ଯାଜପୁର ଜିଲ୍ଲା ପ୍ରଶାସନ: ଲକଡାଉନ ନିୟମ ଉଲ୍ଲଙ୍ଘନ କରିଥିବା ବ୍ୟବସାୟୀଙ୍କର ସିଲ୍ ହେଲା ଦୋକାନ

ଯାଜପୁର(କେନ୍ୟୁଜ): ଆକ୍ସନ ମୋଡ଼ରେ ଯାଜପୁର ଜିଲା ପ୍ରଶାସନ । ସାରା ଦେଶରେ ମହାମାରୀ କରୋନାକୁ ନେଇ ସରକାର ଚିନ୍ତିତ ଥିବାବେଳେ ଲୋକମାନଙ୍କୁ ଘରୁ ନବାହାରିବା ସହ ସାମାଜିକ ଦୂରତାକୁ ଅବଲମ୍ବନ କରିବା ପାଇଁ ବାରମ୍ବାର ପରାମର୍ଶ ଦିଆଯାଉଛି । ତଥାପି କିଛି ମୁଷ୍ଟିମେୟ ଵ୍ୟକ୍ତି ସରକାରଙ୍କ ନିୟମକୁ ବେଖାତିର କରି ବାହାରେ ବୁଲୁଥିବାର ଦେଖିବାକୁ ମିଳୁଛି। ଯାହାକୁ ନେଇ ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି।

dokanଆଜି ଯାଜପୁର ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଇନ୍ଦ୍ରମଣି ନାୟକ ଓ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ବଡ଼ଚଣା ବ୍ଲକର ଦର୍ପଣ ତହସିଲ ଅଂଚଳ ପରିକ୍ରମା କରିଥିଲେ। ଏହି ସମୟରେ ଦର୍ପଣଗଡ଼ ବଜାରରେ କିଛି ଦୋକାନ ଖୋଲା ହୋଇଥିବାର ଦେଖି ସେଗୁଡିକ ଉପରେ ଚଢ଼ାଉ କରିଥିଲେ । ଗୋଟିଏ ସେଲୁନ, ଜଳଖିଆ ଦୋକାନ ଓ ଗୋଟିଏ ଲେଡିସ କର୍ନର ଉପରେ ଚଢ଼ାଉ କରି ସିଲ କରିଥିଲେ । ନିୟମକୁ ଉଲ୍ଲଂଘନ କରି ଦୋକାନ ଖୋଲିଥିବା ଏହି ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନିକ ଅଧିକାରୀମାନେ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.