ଲାଲୁ ଯାଦବଙ୍କୁ ଚକିତ୍ସା କରୁଥିବା ଡାକ୍ତରଙ୍କ ଓ୍ଵାର୍ଡରେ ମିଳିଲେ କରୋନା ରୋଗୀ, ଖୁବ୍‌ ଶୀଘ୍ର ହେବ ଲାଲୁଙ୍କ କରୋନା ଟେଷ୍ଟ

ରାଞ୍ଚି : ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ କରୋନା ସଂକ୍ରମଣ ଆଶଙ୍କା ବଢ଼ିଛି । ଆସନ୍ତା ଦିନେ ଦୁଇ ଦିନ ଭିତରେ ତାଙ୍କର କରୋନା ଟେଷ୍ଟ କରାଯିବ । କାରଣ ଲାଲୁଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଉମେଶ ପ୍ରସାଦ କରୋନାରେ ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି ।

ଡାକ୍ତର ଉମେଶ ପ୍ରସାଦ ଚିକିତ୍ସା କରୁଥିବା ମେଡିକାଲ୍‌ ଓ୍ଵାର୍ଡରେ ଜଣେ କରୋନା ପଜେଟିଭ ଜଣାଯିବା ପରେ ଏହି ଆଶଙ୍କା ସୃଷ୍ଟି ହୋଇଛି ।  । କାରଣ ଲାଲୁଙ୍କୁ ନୀୟମିତ ଭାବେ ଡାକ୍ତର ରମେଶ ଚିକିତ୍ସା କରିଆସୁଛନ୍ତି ।

ତାଙ୍କ ଦ୍ୱାରା ହୁଏତ ଲାଲୁଙ୍କୁ କରୋନା ସଂକ୍ରମଣ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ଲାଲୁ ପୂର୍ବରୁ କିଡନୀ ଓ ଉଚ୍ଚ ରକ୍ତ ଚାପ ସହ ୧୧ ଗୁରୁତର ରୋଗରେ ପୀଡିତ ହୋଇ ରିମ୍ସ ପେଇଙ୍ଗ୍‌ ବୋର୍ଡ ରେ ଚିକିତ୍ସିତ ହେଉଛନ୍ତି ।

ପ୍ରକାଶ ଯେ ଚାରା ଘୋଟାଲା ଅଭିଯୋଗରେ ଲାଲୁ ରାଞ୍ଚି ବିର୍ସା ମୁଣ୍ଡା କେନ୍ଦ୍ରୀୟ ଜେଲ୍‌ରେ ଦଣ୍ଡ ଭୋଗୁଛନ୍ତି । ତାଙ୍କର କିଡ୍‌ନୀ ରୋଗର ସମସ୍ୟା ବଢ଼ିବା ପରେ ସେ ପାରେଲରେ ଯିବାକୁ ଆବେଦନ କରିଥିଲେ । ହେଲେ ଜେଲ୍‌ କର୍ତ୍ତୃପକ୍ଷ ତାଙ୍କର ଚିକିତ୍ସା ପାଇଁ ତାଙ୍କୁ ରିମ୍ସର ପେଇଙ୍ଗ୍‌ ବୋର୍ଡରେ ଭର୍ତ୍ତି କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.