କୋଭିଡ-୧୯ ତୃତୀୟ ଲହରୀର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି ଏହି ରାଜ୍ୟ, ପିଲାଙ୍କ ପାଇଁ ବନ୍ଦୋବସ୍ତ ହେଉଛି ICU ବେଡ 

ମଧ୍ୟ ପ୍ରଦେଶ ସରକାର ଏବେ କୋଭିଡ ମହାମାରୀର ତୃତୀୟ ଲହରୀ ସହ ଲଢ଼ିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏଥିପାଇଁ ପୂରା ରାଜ୍ୟରେ ପିଲାଙ୍କ ପାଇଁ ୩୬୦ ଆଇସିୟୁ ବେଡର ବନ୍ଦୋବସ୍ତ କରାଯାଉଛି। ଏ ନେଇ ରାଜ୍ୟ ମେଡିକାଲ ଏଜୁକେଶନ ମନ୍ତ୍ରୀ ବିଶ୍ୱାସ କୈଳାଶ ସାରଙ୍ଗ ସୋମବାର ସୂଚନା ଦେଇଛନ୍ତି। ସୂଚନାଥାଉ କି, ନିକଟରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଦେଶରେ କରୋନା ଭାଇରସ ସଂକ୍ରମଣର ତୃତୀୟ ଲହରୀକୁ ନେଇ ଚେତାବନୀ ଦେଇଥିଲେ କି, ଏହା ପିଲାଙ୍କୁ ବି ପ୍ରଭାବିତ କରିପାରେ।

ମନ୍ତ୍ରୀ ସାରଙ୍ଗ ଭିଡିଓ କନଫେରେନ୍ସିଙ୍ଗ ଜରିଆରେ ବିଭିନ୍ନ ସରକାରୀ ମେଡିକାଲ କଲେଜର ସୁପରିଟେଣ୍ଡେଣ୍ଟ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଏ ସଂକ୍ରାନ୍ତରେ କଥାବାର୍ତ୍ତା କରିଛନ୍ତି। ମନ୍ତ୍ରୀ କହିଛନ୍ତି କି, ‘ଆମେ ତୃତୀୟ ଲହରୀକୁ ଏଡ଼ାଇବା ପାଇଁ ପ୍ରସ୍ତୁତି ଚଳାଇଛୁ। ବିଭିନ୍ନ ମେଡିକାଲ କଲେଜରେ ୩୬୦ ବେଡର ବନ୍ଦୋବସ୍ତ କରିବୁ’।

ମନ୍ତ୍ରୀ ଅଧିକାରୀମାନଙ୍କୁ ଔଷଧ, ଇଂଜେକସନ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀର ପର୍ଯ୍ୟାପ୍ତ ଷ୍ଟକ ରଖିବାକୁ ବି ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ରାଜ୍ୟର ୧୩ ମେଡିକାଲ କଲେଜରେ ୧୦୦୦ ଅକ୍ସିଜେନ କନସେନଟ୍ରେଟର ଉପଲବ୍ଧ କରେଇବାର ମଧ୍ୟ ପ୍ରସ୍ତୁତି ଚଳାଇଛନ୍ତି। ମିଟିଙ୍ଗ ସମୟରେ ନିଷ୍ପତ୍ତି ନିଆଯାଇଛି କି, ୧,୨୬୭ ବେଡର ବନ୍ଦୋବସ୍ତ କରାଯିବ। ସେଥି ମଧ୍ୟରୁ ୭୬୭ଟି ICU/HDU (high dependency units) ବେଡ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.