ଆଜି ଭୁବନେଶ୍ଵରରେ ୧୪୯ ଜଣ ଓ କଟକରେ ୧୨୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀ ଭୁବନେଶ୍ବରରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯୮ ଜଣ ବାହାରିଥିବା ବେଳେ ଲୋକାଲ କେସ ୫୧ ରହିଛି । ତାସହିତ ୧୪୫ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ଈଗଉ ପକ୍ଷରୁ ସୂଚନା ମିଳିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ନୟାପଲ୍ଲୀରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପାତ୍ରପଡା, ବରମୁଣ୍ଡା, ଚନ୍ଦ୍ରଶେଖରପୁର, ଜୟଦେବ ବିହାର, ଶୈଳଶ୍ରୀ ବିହାର, କଳିଙ୍ଗ ନଗର, ସତ୍ୟ ନଗର, ଚକେଇସିଆଣୀ ଇତ୍ୟାଦି ସ୍ଥାନରୁ କ୍ୱାରେଣ୍ଟାଇନରୁ ୯୮ ଜଣ ଚିହ୍ନଟ ହୋଇଛନ୍ତି ।

Image

ସେହିପରି ଲୋକାଲ କେସରେ ବାଣୀବିହାର, ରସୁଲଗଡ଼, ସତସଙ୍ଗ ନଗର, ଓଲଡ଼ ଟାଉନ, ନୟାପଲ୍ଲୀ, ପଳାଶୁଣୀ, ଜୟଦେବ ବିହାର, ଖଣ୍ଡଗିରି, ବରମୁଣ୍ଡା, ସଲିଆସାହି, ଆଇଗିଣିଆ ଇତ୍ୟାଦି ସ୍ଥାନରୁ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Image

ଏହାକୁ ମିଶାଇ ଭୁବନେଶ୍ୱରରେ ସମୁଦାୟ ୩୨୧୭ ଜଣ ଚିହ୍ନଟ ହୋଇଥିବା ବେଳେ ୧୯୪୩ ଜଣ ସୁସ୍ଥ ହୋଇଛନ୍ତି । ଏହାସହିତ ୧୨୫୪ଟି ଆକ୍ଟିଭ କେସ ରହିଥିବା ବେଳେ ୧୮ ଜଣ ମୃତ୍ୟୁବରଣ କରିଛନ୍ତି ।

ସେହିପରି କଟକ ଜିଲ୍ଲାରେ ଆଜି ୧୨୧ ଆକ୍ରାନ୍ତ ଚିହ୍ନଟ । ଗତ କିଛି ଦିନ ହେବ ସହରରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଗ୍ରାମାଞ୍ଚଳରେ ସଂକ୍ରମଣକୁ ରୋକା ଯାଇପାରିଛି । ଜିଲ୍ଲାରେ ଏବେସୁଦ୍ଧା ୨୪୫୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୬୧୬ ଜଣ ସୁସ୍ଥ ଓ ୮୨୮ଟି ଆକ୍ଟିଭ କେସ୍ ରହିଛି। ମୃତକଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.