କରୋନା ପାଇଁ ୧ ଲକ୍ଷ ୭୦ ହଜାର କୋଟିର ପ୍ୟାକେଜ୍‌ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍‌, ଜାଣନ୍ତୁ କାହାକୁ ମିଳିବ କେତେ

ମୁମ୍ବାଇ : କରୋନା ନେଇ ଆର୍ଥିକ ପ୍ୟାକେଜ୍‌ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍‌ । ୧ ଲକ୍ଷ ୭୦ ହଜାର କୋଟିର ପ୍ୟାକେଜ୍‌ ଘୋଷଣା ହୋଇଛି । ଲକ୍‌ଡାଉନରେ ପ୍ରଭାବିତ ଗରିବ ଓ ଶ୍ରମିକଙ୍କୁ ସହାୟତା ପ୍ରଦାନ କରାଯିବ । ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ୫୦ ଲକ୍ଷ ପର୍ଯ୍ୟନ୍ତ ବୀମା ସୁବିଧା । ୨୦ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ସୁବିଧା ମିଳିବ । ଡାକ୍ତର, ପାରାମେଡ଼ିକାଲ କର୍ମୀ, ନର୍ସମାନଙ୍କୁ ସୁବିଧା ମିଳିବ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଲାଗୁ କରାଯାଇଛି ।

୮୦ କୋଟି ଉପଭୋକ୍ତାଙ୍କୁ ସହାୟତା ମିଳିବ । ୩ ମାସ ପର୍ଯ୍ୟନ୍ତ ମାଗଣାରେ ୫ କେଜି ଗହମ ଓ ୫ କେଜି ଚାଉଳ ପ୍ରଦାନ କରାଯିବ । ସେହିପରି ୧ କେଜି ଲେଖାଏଁ ଡାଲି ମଧ୍ୟ ଦିଆଯିବ । ଏହା ସହ କୃଷକଙ୍କୁ ପ୍ରଥମ କିସ୍ତିରେ ୨ ହଜାର ଟଙ୍କା ମିଳିବ । ୮. ୭ କୋଟି କୃଷକଙ୍କୁ ଏହି ଟଙ୍କା ପ୍ରଦାନ କରାଯିବ । ବୟସ୍କ, ଦିବ୍ୟାଙ୍ଗଙ୍କୁ ଆସନ୍ତା ୩ ମାସ ଯାଏ ୧ ହଜାର ଲେଖାଁଏ ଟଙ୍କା ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.