ରାଜ୍ୟରେ ଗତ ୨୪ ଘଣ୍ଟାରେ ୩ ହଜାର ୩୧ ନୂଆ ସଂକ୍ରମିତ ଚିହ୍ନଟ, ଗଲା ୪୩ ଜଣଙ୍କ ଜୀବନ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ୪ ପ୍ରତିଶତକୁ ଖସିଲା ସଂକ୍ରମଣ । ଆଜି ପଜିଟିଭିଟି ରେଟ୍‌ ରହିଛି ୪.୯୬ ପ୍ରତିଶତ। ଗତ ୨୪ ଘଣ୍ଟାରେ ୩ ହଜାର ୩୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଉ ୪୩ ଜଣଙ୍କ ଜୀବନ ନେଇଛି ଭାଇରସ୍‌ । ୬୧ ହଜାର ଟେଷ୍ଟିଂ ହୋଇଥିବାବେଳେ ୪.୯୬ ପ୍ରତିଶତ ପଜିଟିଭିଟି ହାର ରହିଛି। ଯାହାକି ଗତକାଲି ଥିଲା ୫.୩୮ ପ୍ରତିଶତ ।

ଟପ୍‌ ୫ ଜିଲ୍ଲାରେ ରହିଛି ଖୋର୍ଦ୍ଧା, କଟକ, ବାଲେଶ୍ୱର, ଯାଜପୁର ଓ ପୁରୀ । ଖୋର୍ଦ୍ଧାରୁ ସର୍ବାଧିକ ୩୮୧ ପଜିଟିଭ୍‌ ବାହାରିଛନ୍ତି । କଟକରୁ ୨୯୫, ବାଲେଶ୍ୱରରୁ ୨୯୦, ଯାଜପୁରରୁ ୨୨୬ ଓ ପୁରୀରୁ ୧୮୦ ରହିଛି କରୋନା କେସ୍‌। କେବଳ ଏହି ୫ ଜିଲ୍ଲାରୁ ୧ ହଜାର ୩୭୨ ସଂକ୍ରମିତ ହୋଇଛନ୍ତି। ୧୯ ଜିଲ୍ଲାରେ ୧୦୦ ତଳେ ରହିଛି ଦୈନିକ ସଂକ୍ରମଣ।

ସେହିପରି ରାଜ୍ୟରେ ବଢୁଛି ଗ୍ରୀନ୍‌ ଜୋନ୍‌। ଆଜି ଗ୍ରୀନ୍‌ ଜୋନରେ ରହିଛି ୨୦ ଜିଲ୍ଲା। ୪ ଜିଲ୍ଲା ରେଡ୍‌ ଜୋନରେ ଥିବାବେଳେ ୬ ଜିଲ୍ଲା ୟେଲୋ ଜୋନରେ ରହିଛି। ୩୫ ହଜାର ତଳକୁ ଖସିଛି ଆକ୍‌ଟିଭ୍‌ କେସ୍‌। ରାଜ୍ୟରେ ଆକ୍ଟିଭ୍‌ କେସ୍‌ ରହିଛି ୩୬ହଜାର ୬୩୩।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.