ରାଜ୍ୟରେ ୨୪ ଘଣ୍ଟାରେ ଆଉ ୭ ହଜାର ୧୮୮ ପଜିଟିଭ୍‌ ଚିହ୍ନଟ, ୩୫ ମୃତ

ଭୁବନେଶ୍ବର: ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍‌ । ୨୪ ଘଣ୍ଟାରେ ଆଉ ୭ ହଜାର ୧୮୮ ପଜିଟିଭ୍‌ ଚିହ୍ନଟ । ଆଉ ୩୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଖୋର୍ଦ୍ଧାରୁ ସର୍ବାଧିକ ୧୧ଶହ ୩୪ ଆକ୍ରାନ୍ତ ହୋଇଛନ୍ତି। ଦ୍ୱିତୀୟ ସର୍ବାଧିକ କଟକରୁ ୬୯୦ ପଜିଟିଭ୍‌ ରହିଛି।

ଗତ ୨୪ ଘଣ୍ଟାରେ ୪୮ ହଜାର ୬୪୯ ଟେଷ୍ଟିଂ ହୋଇଥିବାବେଳେ ପଜିଟିଭ୍‌ ବାହାରିଛନ୍ତି ୭ ହଜାର ୧୮୮ । ଆଜି ପଜିଟିଭିଟି ହାର ରହିଛି ୧୪.୭୭ ପ୍ରତିଶତ । ଯାହାକି ଗତକାଲି ଥିଲା ୧୬.୪୮ ପ୍ରତିଶତ । ଅନୁଗୁଳରୁ ୫୧୫, ପୁରୀରୁ ୪୫୭, ଯାଜପୁରରୁ ୪୦୬ ନୂଆ କେସ୍‌ ଆସିଛି। କନ୍ଧମାଳ ଓ କେନ୍ଦୁଝରରେ ସବୁଠୁ କମ୍‌ ସଂକ୍ରମଣ ରହିଛି। ମୋଟ ଆକ୍ଟିଭ୍‌ କେସ୍‌ ରହିଛି ୯୭ ହଜାର ୨୭୧। ମୋଟ ମୃତ୍ୟୁସଂଖ୍ୟା ୨୬ ଶହ ୮୬କୁ ବୃଦ୍ଧି ପାଇଛି। ରେଡ୍‌ ଜୋନରେ ରହିଛି ୨୪ ଜିଲ୍ଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.