Below header

ଆଜି ରାଜ୍ୟରେ ଆଉ ୮୦୧୫ ପଜିଟିଭ୍‌ ଚିହ୍ନଟ, ଗଲା ୧୪ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ଆଉ ୮୦୧୫ ପଜିଟିଭ୍‌ ଚିହ୍ନଟ । ଆଉ ୧୪ କରୋନା ଆକ୍ରାନ୍ତଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୭୫ ଜଣ ନୂଆ ଆକ୍ରାନ୍ତ ହୋଇଛନ୍ତି । ଆକ୍‌ଟିଭ୍‌ କେସ୍‌ ୧୨ହଜାର ଉପରେ ରହିଛି। ସୁନ୍ଦରଗଡ଼ରୁ ୭୩୫,ଅନୁଗୁଳରୁ ୫୨୫ ଓ କଟକରୁ ୪୮୨ନୂଆ କେସ୍‌ ରହିଛି ।

ସମ୍ବଲପୁରରୁ ୪୪୧, ବରଗଡରୁ ୩୯୦, ଝାରସୁଗୁଡାରୁ ୩୮୬, ନବରଙ୍ଗପୁର ୩୨୦, ନୂଆପଡ଼ା ୨୬୪ ଓ ପୁରୀରୁ ୩୦୬ ସଂକ୍ରମିତ ହୋଇଛନ୍ତି। ମୟୂରଭଞ୍ଜରୁ ୧୯୯,ସୋନପୁରରୁ ୨୦୭ ଓ ବଲାଙ୍ଗିରରୁ ୧୯୮ ଆକ୍ରାନ୍ତ ରହିଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୬୨ହଜାର ୬୨୨ରେ ପହଞ୍ଚିଛି। ଆକ୍‌ଟିଭ୍‌ କେସ୍‌ ରହିଛି ୬୯ହଜାର ୪୫୩। କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ହଜାର ୬୮ କୁ ବୃଦ୍ଧି ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.