ଦେଶର ସମସ୍ତ ନାଗରିକଙ୍କୁ ମାଗଣାରେ କରୋନା ଟେଷ୍ଟ କରିବା ପାଇଁ ସୁପ୍ରିମ କୋର୍ଟ ଦେଲେ ନିର୍ଦ୍ଦେଶ

ଦେଶରେ କରୋନା ଭାଇରସ ସଂକ୍ରମଣ ଅବସ୍ଥାକୁ ଦୃଷ୍ଟିରେ ରଖି ସରକାର ସମସ୍ତ ସରକାରୀ ଓ ବେସରକାରୀ ଲ୍ୟାବ୍‌ରେ କରୋନା ଟେଷ୍ଟ ମାଗଣାରେ କରିବାକୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କରୋନା ମହାମାରୀ ହୋଇଥିବାରୁ ସରକାର ଏହି ସବୁ ଟେଷ୍ଟ ମାଗଣାରେ କରିବାକୁ କହିଛନ୍ତି ସୁପ୍ରିମ କୋର୍ଟ । ପ୍ରାଇଭେଟ ଲ୍ୟାବ୍‌କୁ ସରକାର ପଛରେ ଏହି ଟେଷ୍ଟର ଅର୍ଥ ଦେବେ କି ନାହିଁ ତାହା ସରକାରଙ୍କ ଉପରେ ନିର୍ଭର କରେ ।

 

corona

ତେବେ କରୋନା ଟେଷ୍ଟ ମାନ୍ୟତାପ୍ରାପ୍ତ ଲ୍ୟାବ୍‌ରେ କରାଯିବା ଉଚିତ୍‌ । ତେବେ ଲ୍ୟାବ୍‌ଗୁଡ଼ିକ ଓ୍ଵାର୍ଲ୍ଡ ହେଲ୍ଥ ଅର୍ଗାନାଇଜେସନ ଓ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ ଦ୍ୱାରା ମାନ୍ୟତାପ୍ରାପ୍ତ ହୋଇଥିବା ଆବଶ୍ୟକ ।

ଜଷ୍ଟିସ୍‌ ଅଶୋକ ଭୁଷଣ ଓ ଏସ୍‌ ରବିନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଦେଶର ସବୁ ନାଗରିକଙ୍କୁ ମାଗଣାରେ କରୋନା ଟେଷ୍ଟ କରାଇବା ପାଇଁ ଆଡ୍‌ଭୋକେଟ୍‌ ଶଶାଙ୍କ ଦେଓ ସୁଦ୍ଧି ଦାୟର କରିଥିବା ଏକ ପିଟିସନ୍‌ର ଶୁଣାଣି କରି କୋର୍ଟ ଏହି ରାୟ ଶୁଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.