ସାମ୍ନାକୁ ଆସିଲା କରୋନା ଭାଇରସର ନୂଆ ଲକ୍ଷଣ ଯାହା ଆପଣଙ୍କୁ ଜାଣିବା ନିହାତି ଜରୁରୀ

କରୋନା ଭାଇରସ କାରଣରୁ ବର୍ତ୍ତମାନ ଦୁନିଆରେ ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି ଏବଂ ଲକ୍ଷ ଲକ୍ଷ ଲୋକ ଏଥିରେ ସଂକ୍ରମଣ ହୋଇଛନ୍ତି । ତେବେ ଏହି ଭୟଙ୍କର ଭାଇରସକୁ ନେଇ ସାରା ବିଶ୍ଵବାସୀ ଏବେ ଭୟଭୀତ ହୋଇ ଅଛନ୍ତି । ଦୁନିଆର ପ୍ରାୟ ସମସ୍ତ ଦେଶ ଏହି ରୋଗର ଚିକିତ୍ସା ଖୋଜିବାରେ ଲାଗି ପଡିଛି ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବି ଦେଶକୁ ଏହାର ପର୍ଯ୍ୟାପ୍ତ ସଫଳତା ମିଳିପାରିନାହିଁ ।

କରୋନା ଭାଇରସର ସଂକ୍ରମଣରୁ ବଞ୍ଚିବା ପାଇଁ ବର୍ତ୍ତମାନ ଲୋକମାନେ ବହୁତ ସତର୍କ ରହୁଥିବା ଦେଖିବାକୁ ମିଳୁଛି । ତେବେ ଏହି ଭାଇରସର ଅନେକ ଲକ୍ଷଣ ଦେଖିବାକୁ ମିଳୁଛି । ଯେଉଁଥିରେ ପ୍ରମୁଖ ହେଉଛି ଥଣ୍ଡା, ସର୍ଦ୍ଦି, ଜ୍ଵର, ଗଳାରେ ଯନ୍ତ୍ରଣା, ଶୁଖିଲା କାଶ, ମାଂସପେଶୀରେ ଯନ୍ତ୍ରଣା ଏବଂ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭଵ କରିବା । ତେବେ ବର୍ତ୍ତମାନ ଏହି ଭୟଙ୍କର ଭାଇରସର କିଛି ନୂଆ ଲକ୍ଷଣ ସାମ୍ନାକୁ ଆସିଛି ।

ଜର୍ମାନୀର ବିଶେଷଜ୍ଞଙ୍କ କହିବା ଅନୁଯାୟୀ କରୋନା ସଂକ୍ରମିତ ଲୋକମାନେ ଶୁଙ୍ଘିବା ଏବଂ ସ୍ୱାଦ ବାରିବାର କ୍ଷମତା ହରାଇ ବସିଥାନ୍ତି । ଦୁନିଆରେ ପ୍ରାୟ ୬୬ ପ୍ରତିଶତ ଲୋକମାନଙ୍କ ଠାରେ ଏହି ପ୍ରକାର ଲକ୍ଷଣ ଦେଖାଯାଉଛି । ତାସହିତ ଡାଇରିଆକୁ ମଧ୍ୟ ଏହାର ଆଉ ଏକ ଲକ୍ଷଣ ବୋଲି କୁହାଯାଉଛି । ଏହି ସମ୍ବନ୍ଧୀୟ ୩୦ ପ୍ରତିଶତ ରୋଗୀ ଏବେ ସାମ୍ନାକୁ ଆସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.