ବୃଦ୍ଧି ପାଇବାରେ ଲାଗିଛି ମୃତ୍ୟୁ ସଂଖ୍ୟା: ବିଶ୍ୱରେ ଦିନକରେ ଗଲା ୧୨ ହଜାର ଜୀବନ

କେନ୍ଯୁଜ୍: ବିଶ୍ୱରେ ଦିନକରେ ୧୨ ହଜାର ମୃତ୍ୟୁ। ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦିନକରେ ବିଶ୍ୱରେ ୧୨ ହଜାରରୁ ଅଧିକ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଆମେରିକାରେ ଦିନକ ମଧ୍ୟରେ ରେକର୍ଡ଼ ସଂଖ୍ୟକ ୨୯୯୦ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି।

ଗତବର୍ଷ ସେପ୍ଟେମ୍ବରରେ ଆମେରିକାରେ ଦିନକ ମଧ୍ୟରେ ସର୍ବାଧିକ ୨୧୦୦ ମୃତ୍ୟୁ ହୋଇଥିଲ। ବର୍ତ୍ତମାନ ସୁଦ୍ଧା ଏଠାରେ ସମୁଦାୟ ୯.୧୭ ଲକ୍ଷ ସଂକ୍ରମିତ ପ୍ରାଣ ହରାଇଲେଣି। ଦୈନିକ ମୃତ୍ୟୁ ମାମଲାରେ ଆମେରିକା ଶୀର୍ଷରେ ରହିଛି। ଲଗାତର ୮ଦିନ ହେବ ଆମେରିକାରେ ପ୍ରତ୍ୟେକ ଦିନ ୨୪୦୦ରୁ ଅଧିକ କରୋନା ସଂକ୍ରମିତ ପ୍ରାଣ ହରାଉଛନ୍ତି। କରୋନା ମୃତ୍ୟୁରେ ଦ୍ୱିତୀୟ ସ୍ଥାନରେ ଥିବା ବ୍ରାଜିଲରେ ମୋଟ ମୃତ୍ୟୁ ସଂଖ୍ୟା ୬.୨୯ ଲକ୍ଷ ଅତିକ୍ରମ କରିଛି। ଦିନକରେ ଏଠାରେ ପାଖାପାଖି ହଜାରେ କରୋନା ରୋଗୀଙ୍କ ମୃତ୍ୟୁ ହେଉଛି।