କେନ୍ଦ୍ରମନ୍ତ୍ରୀ ସୁରେଶ ଅଂଗଡିଙ୍କ ପରଲୋକ, ୧୧ ସେପ୍ଟେମ୍ବରକୁ ହୋଇଥିଲେ କରୋନା ପଜିଟିଭ

କେନ୍ଦ୍ରମନ୍ତ୍ରୀ ସୁରେଶ ଅଂଗଡିଙ୍କ ଆଜି ପରଲୋକ ଘଟିଛି। ୧୧ ସେପ୍ଟେମ୍ବରକୁ ସେ କରୋନା ପଜିଟିଭ ମିଳିଥିଲେ। ଅଂଗଡି ପ୍ରଥମ ମନ୍ତ୍ରୀ, ଯାହାଙ୍କ କରୋନା ଭାଇରସ ସଂକ୍ରମଣ ଯୋଗୁ ମୃତ୍ୟୁ ଘଟିଛି। ଏହାପୂର୍ବରୁ ୪ ସାଂସଦଙ୍କୁ କୋଭିଡ-୧୯ ଯୋଗୁ ନିଧନ ହୋଇସାରିଛି। ସୁରେଶ ଅଂଗଡି ରେଳ ରାଜ୍ୟମନ୍ତ୍ରୀ ଥିଲେ। ପିଏମ ନରେନ୍ଦ୍ର ମୋଦି ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ssa

ଏ ନେଇ ମୋଦି ଟୁଇଟ କରି କହିଛନ୍ତି, ‘ଶ୍ରୀ ସୁରେଶ ଅଂଗଡି ଜଣେ ଅସାଧାରଣ କାର୍ଯ୍ୟକର୍ତ୍ତା ଥିଲେ, ଯିଏ କର୍ଣ୍ଣାଟକରେ ପାର୍ଟିକୁ ମଜଭୁତ କରିବା ପାଇଁ କଡ଼ା ପରିଶ୍ରମ କରିଥିଲେ। ସେ ଜଣେ ସମର୍ପିତ ସାଂସଦ ଏବଂ ପ୍ରଭାବୀ ମନ୍ତ୍ରୀ ଥିଲେ, ଯାହାଙ୍କ ସବୁ ଜାଗାରେ ପ୍ରଶଂସା ହେଉଥିଲା। ତାଙ୍କ ନିଧନ ଦୁଃଖଦାୟକ। ଏହି ଦୁଃଖ ସମୟରେ ମୋ ଭାବନା ତାଙ୍କ ପରିବାର ଏବଂ ସାଙ୍ଗସାଥିଙ୍କ ସହ ଅଛି। ଓଁ ଶାନ୍ତି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.