Below header

ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କୁ କରୋନା, ଜାଣନ୍ତୁ କେମିତି ରହୁଛନ୍ତି କ୍ୱାରେଣ୍ଟିନରେ

କରୋନା ଭାଇରସ ଅନେକ ସେଲିବ୍ରିଟିଙ୍କୁ ସଂକ୍ରମିତ କରିସାରିଛି। ଏବେ ଜଣାଶୁଣା ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀ କରୋନା କବଳକୁ ଆସିଛନ୍ତି। ଏକ ଗଣମାଧ୍ୟମ ସହ ଖାସ ବର୍ତ୍ତାଳାପରେ ସେ ନିଜେ ଏହା କନଫର୍ମ କରିଛନ୍ତି। ସେ କହିଥିଲେ କି, ‘ହଁ, ମୁଁ କୋଭିଡ-୧୯ର ଯାଞ୍ଚ ରିପୋର୍ଟରେ ପଜିଟିଭ ମିଳିଛି’।

ସେ ପୂରା ଘଟଣା ବିଷୟରେ କହିଥିଲେ, ‘ମୋତେ ୧୬ ଡିସେମ୍ବରରେ କାଶ ହୋଇଥିଲା। ଟୋନି ଓ ଦିୟା କହିଥିଲେ, ଶୋ’ରେ ବରୁଣ ସହିତ ବିବାହ ସିକ୍ୱେନ୍ସ ବହୁତ ଜରୁରୀ। ଏହାସତ୍ତ୍ୱେ ମୁଁ ଭାବିଲି, ଚାନ୍ସ ନେବା ଆଦୌ ଠିକ ନୁହେଁ। ଏହାପରେ ମୁଁ ତୁରନ୍ତ ନିଜର ଟେଷ୍ଟ କରାଇଥିଲି। ମୋ ପାଖରେ ଆବଶ୍ୟକତାଠାରୁ ଅଧିକ ରୁମ ଅଛି। ଏଥିପାଇଁ ମୁଁ ଘରେ ହିଁ ନିଜକୁ କ୍ୱାରେଣ୍ଟିନରେ ରଖିଛି। ପଲକ ମଧ୍ୟ ସୋସିଆଲ ଡିଷ୍ଟାନସିଂର ଧ୍ୟାନ ରଖୁଛି। ଏହା ବହୁତ କଷ୍ଟ ସମୟ। କେବେ ଆମେ ଏହି ମହାମାରୀରୁ ବାହାରି ପାରିବା?’

iik

ସେପଟେ ପୁଅ ବିଷୟରେ ପଚାରିବାରୁ ସେ କହିଥିଲେ, ‘ମୁଁ ତାକୁ ତା’ ବାପାଙ୍କ ପାଖକୁ ପଠାଇ ଦେଇଛି। ଆମେ ଏହି ଦିନେ ଅଧିକ ଗରମ ପାଣି ପିଉଛୁ। ୧ ଅକ୍ଟୋବର ଯାଏ ମୁଁ କ୍ୱାରେଣ୍ଟିନରେ ରହିବି। ମୋର ଆଗାମୀ ଟେଷ୍ଟ ୨୭ ସେପ୍ଟେମ୍ବରରେ ହେବ’। ସୂଚନାଥାଉ କି, କିଛିଦିନ ତଳେ ଶ୍ୱେତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା ନେଇ ଚର୍ଚ୍ଚା ହୋଇଥିଲା। ତାଙ୍କୁ କରୋନା ହୋଇଥିବା ନେଇ ସନ୍ଦେହ କରାଯାଉଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.