ମକର ସଂକ୍ରାନ୍ତିରେ କାହିଁକି ଚୂଡ଼ା ଖାଇଥାନ୍ତି ଲୋକେ, ଜାଣନ୍ତୁ ଏହାର କାରଣ

ଏହି ପବିତ୍ର ଦିନରେ ବିହାରରେ ଦହି ଚୂଡ଼ା ଖାଇବା ସହିତ ଗୁଡ଼ି ଉଡ଼ାଇବାର ପରମ୍ପରା ରହିଛି । ଏହି ଚୂଡ଼ା ଦହି ସ୍ୱାଦିଷ୍ଟ ସହ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ସାଧାରଣତଃ ଦାନ ଧର୍ମ କରିବା ପରେ ଚୂଡ଼ା ଦହି ଖିଆ ଯାଏ ।

ସମଗ୍ର ଦେଶରେ ହିନ୍ଦୁମାନଙ୍କ ଦ୍ୱାରା ପାଳନ କରାଯାଉଥିବା ପର୍ବ ମଧ୍ୟରୁ ମକର ସଂକ୍ରାନ୍ତି ଅନ୍ୟତମ । ଏହି ପର୍ବ ବହୁତ ଧୁମଧାମରେ ପାଳନ କରାଯାଏ । ଧାର୍ମିକ ବିଶ୍ୱାସ ଅନୁଯାୟୀ ଏହି ପର୍ବ ଉପାସନା, ଦାନ ଏବଂ ତ୍ୟାଗ ପାଇଁ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଏ । ଲୋକମାନେ ଏହି ଉତ୍ସବକୁ ସଙ୍କ୍ରାନ୍ତି ନାମରେ ମଧ୍ୟ ଜାଣିଛନ୍ତି, ଏହି ପର୍ବ ୧୪ ଜାନୁଆରୀରେ ପାଳନ କରାଯାଏ, କିନ୍ତୁ ଚଳିତ ବର୍ଷ ଏହା ୧୫ ଜାନୁଆରୀରେ ପାଳନ କରାଯିବ । ଏହି ଦିନ ଭକ୍ତମାନେ ଗଙ୍ଗା ନଦୀରେ ସ୍ନାନ କରି ପୂଜା କରନ୍ତି, କିଛି ଲୋକ ଏହି ଦିନ ଚୂଡ଼ା ଓ ଦହି ଖାଇ ପୂଜା ପାଳନ କରନ୍ତି ।

ସୂଚନା ଥାଉ କି ଏହି ପବିତ୍ର ଦିନରେ ବିହାରରେ ଦହି ଚୂଡ଼ା ଖାଇବା ସହିତ ଗୁଡ଼ି ଉଡ଼ାଇବାର ପରମ୍ପରା ରହିଛି । ଏହି ଚୂଡ଼ା ଦହି ସ୍ୱାଦିଷ୍ଟ ସହ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ସାଧାରଣତଃ ଦାନ ଧର୍ମ କରିବା ପରେ ଚୂଡ଼ା ଦହି ଖିଆ ଯାଏ । ଦହି ଚୂଡ଼ା ଖାଇବା ଦ୍ୱାରା ସୁଖ ସୌଭାଗ୍ୟ ବୃଦ୍ଧି ହୁଏ ବୋଲି ବିଶ୍ୱାସ ରହିଛି । ଏହା ସହିତ ଗ୍ରହମାନଙ୍କରେ ଥିବା ଦୋଷ ଦୂର ହୋଇଥାଏ । ଅନ୍ୟପଟେ ପରିବାର ସହିତ ମିଳିଶି ଚୂଡ଼ା ଦହି ଖାଇବା ଦ୍ୱାରା ପରିବାରେ ମଧୁରତା ଆସିଥାଏ ।

ଏହି ପବିତ୍ର ଦିନ ସକାଳେ ଉଠିବା ପରେ ଗଙ୍ଗା ସ୍ନାନ ଅବଶ୍ୟ କରନ୍ତୁ । ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ । ଏହା ପରେ କିଛି ଦାନ ପୂଣ୍ୟ କରନ୍ତୁ । ଦହି ଚୂଡ଼ା ଖାଇବା ପୂର୍ବରୁ ଭଗବାନ ସୂର୍ଯ୍ୟ ଦେବଙ୍କ ଜପ କରନ୍ତୁ । ଏଭଳି କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.