ସଲମାନ ଖାନଙ୍କ ସୁରକ୍ଷାରେ ତ୍ରୁଟି, ପନଭେଲ ଫାର୍ମହାଉସରେ ପଶିବାକୁ ଦୁର୍ବୃତ୍ତଙ୍କ ଉଦ୍ୟମ

ସୁପରଷ୍ଟାର ସଲମାନ ଖାନଙ୍କ ସୁରକ୍ଷାରେ ତ୍ରୁଟି । ସଲମାନଙ୍କ ପନଭେଲ ଫାର୍ମହାଉସରେ ପଶିବାକୁ ୨ ଜଣ ଦୁର୍ବୃତ୍ତଙ୍କ ଉଦ୍ୟମ । ସେମାନଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଛି । ପୂର୍ବରୁ ସଲମାନଙ୍କୁ ଏକାଧିକ ଥର ଧମକ ମିଳି ସାରିଛି ।

ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ସୁରକ୍ଷାରେ ତ୍ରୁଟି । ସଲମାନଙ୍କ ପନଭେଲ ଫାର୍ମହାଉସରେ ପଶିବାକୁ ୨ ଜଣ ଦୁର୍ବୃତ୍ତଙ୍କ ଉଦ୍ୟମ । ସେମାନଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଛି।  ସୁରକ୍ଷାରେ କିଭଳି ତ୍ରୁଟି ରହିଲା ତାର ତଦନ୍ତ କରୁଛି ସ୍ଥାନୀୟ ପୋଲିସ ।

ରିପୋର୍ଟ ମୁତାବକ, ଜାନୁଆରୀ ୪ ତାରିଖରେ ଏହି ଘଟଣା ଘଟିଥିଲା । ଫାର୍ମ ହାଉସ ପରିଚାଳକ ପୋଲିସରେ ଏତଲା ଦେଇଛନ୍ତି । ଦୁଇ ଦୁର୍ବୃତ୍ତ ଫାର୍ମ ହାଉସରେ ପଶିବା ବେଳେ ଫାର୍ମହାଉସ ଗାର୍ଡ ସେମାନଙ୍କୁ ଧରି ନେଇଥିଲେ । ଫାର୍ମ ହାଉସର ତାରବାଡ଼ କାଟି ସେମାନେ ଭିତରେ ପଶିବାକୁ ଉଦ୍ୟମ କରିଥିଲେ । ସେମାନଙ୍କ ଠାରୁ ଫେକ ଆଧାରକାର୍ଡ ଜବତ କରାଯାଇଛି । ତେବେ ଏ ନେଇ ପୋଲିସ ଓ ସଲମାନ ଖାନଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କିଛି କହି ନାହାନ୍ତି । ପୂର୍ବରୁ ସଲମାନଙ୍କୁ ଏକାଧିକ ଥର ଧମକ ମିଳି ସାରିଛି ।

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଜେଲରୁ ଅଭିନେତାଙ୍କୁ ଧମକ ଦେଇଆସୁଛନ୍ତି । ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏକ ଚ୍ୟାନେଲର ଇଣ୍ଟରଭ୍ୟୁରେ ୧୯୯୮ରେ ହୋଇଥିବା କଳା ହରିଣ ମାମଲାରେ ସଲମାନଙ୍କୁ କ୍ଷମା ପ୍ରାର୍ଥନା କରିବାକୁ କହିଥିଲେ, ନହେଲେ ଏହାର ପରିଣାମ ଭେଗିବାକୁ ହେବ ହୋଲି ଧମକ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.