ଜନ୍ମଦିନର ଗୋଟିଏ ଦିନ ପରେ ଝିଅକୁ ଶୁଭେଚ୍ଛା ଜଣେଇଲେ ଅଭିଷେକ, ଇନ୍ଷ୍ଟଗ୍ରାମରେ ଲେଖିଲେ ଏମିତି କିଛି

ବଲିଉଡ ଅଭିନେତା ଅଭିଷେକ ବଚନ ବୁଧବାର ନିଜ ଝିଅର ୧୦ମ ଜନ୍ମ ଦିନର ଗୋଟିଏ ଦିନ ପରେ ଏକ ଖାସ ଅବସରରେ ସୋସିଆଲ ମିଡିଆରେ ତାକୁ ଶୁଭକାମନା ଦେଇଛନ୍ତି । ଝିଅର ଏକ ଫଟୋ ସେୟାର କରି ଏକ ଖୁବ ସୁନ୍ଦର ବାର୍ତ୍ତା ଟିଏ ଲେଖିଛନ୍ତି ଜୁନିୟର ବଚ୍ଚନ । ନିଜର ଏହି ପୋଷ୍ଟରେ ଐଶ୍ୱରୀୟା ଝିଅ ଆରାଧ୍ୟାକୁ କଣ କୁହନ୍ତି, ତାକୁ ନେଇ କଣ ଚିନ୍ତା କରନ୍ତି, ତା ଭବିଷ୍ୟତ ନେଇ କଣ ସ୍ବପ୍ନ ଦେଖନ୍ତି ସେବିଷୟରେ ଲେଖିଛନ୍ତି । କହିରଖିବା ଉଚିତ ହେବକି ଆରାଧ୍ୟା ବଚ୍ଚନଙ୍କ ଜନ୍ମ ଦିନ ନଭେମ୍ବର ୧୬ ତାରିଖରେ ଥିଲା । ଜନ୍ମ ଦିନର ଠିକ ପୂର୍ବରୁ ମା- ବାପାଙ୍କ ସହିତ ଆରାଧ୍ୟା ମାଳଦ୍ଵୀପ ବୁଲି ଯାଇଥିଲେ । ଆଉ ସେହିଠାରେ ହିଁ ନିଜ ଜନ୍ମ ଦିନ ପାଳନ କରିଛନ୍ତି । ଇନ୍ଷ୍ଟଗ୍ରାମରେ ଫଟୋ ସେୟାର କରି ଅଭିଷେକ ଲେଖିଛନ୍ତିକି, “ଜନ୍ମଦିନର ଶୁଭେଚ୍ଛା ମୋ ରାଜକୁମାରୀ ! ଯେମିତିକି ତମ ମା କୁହନ୍ତିକି ତମେ ଯେଉଁଠି ଥାଅ ସେଠାରେ ଏକ ସ୍ୱତନ୍ତ୍ର ବାତାବରଣ ସୃଷ୍ଟି ହୁଏ । ଆମେ ତମକୁ ଖୁବ ଭଲ ପାଉ । ଭଗବାନ ତମକୁ ଅନେକ ଅନେକ ଆଶୀର୍ବାଦ ଦିଅନ୍ତୁ ।”

 

 

View this post on Instagram

 

A post shared by Abhishek Bachchan (@bachchan)

ଅଭିଷେକଙ୍କ ଏହି କମେଣ୍ଟରେ ଅନୁପମ ଖେର, ବିପାଶା ବସୁ, ସୁନିତା ଗୋବାରୀଙ୍କର, ଫିଲ୍ମ ନିର୍ମାତା ବଣ୍ଟି ବାଲିଆଙ୍କ ସମେତ ଆରାଧ୍ୟାଙ୍କ ଦୂର ସମ୍ପର୍କୀୟ ଭଉଣୀ ନବ୍ୟା ନବେଲି ନନ୍ଦା ଅଭିଷେକଙ୍କ ଏହି ପୋଷ୍ଟ ତଳେ କମେଣ୍ଟ ଲେଖି ନିଜ ନିଜର ଶୁଭକାମନା ଜଣାଇଛନ୍ତି । ଏମିତିକି ଅନୁପମଙ୍କ ପୁଅ ସିକନ୍ଦର ବି ଆରାଧ୍ୟାଙ୍କ ଜନ୍ମ ଦିନରେ ଅନେକ ଶୁଭକାମନା ଦେଇଛନ୍ତି । ସେ ତାଙ୍କର ଏକ ପୁରୁଣା ଫଟୋ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତି, “ମୋର ପ୍ରିୟ ରାଜକୁମାରୀ ତମେ ସବୁଠୁ ଭଲ…..ମୁଁ ତମକୁ ଖୁବ ଭଲ ପାଏ…..ତମେ ସବୁବେଳେ ଖୁସିରେ ଆଉ ସୁସ୍ଥରେ ରୁହ ….ଭଗବାନଙ୍କ ନିକଟରେ ଏତିକି ମୋର ପ୍ରାର୍ଥନା । କହିରଖିବା ଉଚିତ ହେବକି ୨୦୦୭ ଏପ୍ରିଲ ୨୦ ତାରିଖରେ ଅଭିଷେକ ଓ ଅଶ୍ୱରୀୟା ଉଭୟେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ୨୦୧୧ ରେ ଆରାଧ୍ୟାଙ୍କ ଜନ୍ମ ହୋଇଥିଲା । ଏଥର ଝିଅର ଜନ୍ମଦିନ ପାଳିବାକୁ ସେମାନେ ମାଳଦ୍ଵୀପ ଯାଇଥିବା ବେଳେ ପହଂଚିବା କ୍ଷଣି ଝିଅର ଏକ ଫଟୋ ସେୟାର କରି କ୍ୟାପ୍ସନରେ ଲେଖିଥିଲେ, ସନ, ବ୍ରିଜ ଆଣ୍ଡ ପାରାଡ଼ାଈଜ । ଗତ ୧୩ ତାରିଖରେ ମୁମ୍ବାଇ ଏୟାରପୋର୍ଟରେ ପୁରା ପରିବାର ଠାବ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.