ଇରଫାନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର, ଖୁବ ଶୀଘ୍ର ଭାରତ ଆସୁଛନ୍ତି ଫେରି

ମୁମ୍ବାଇ : ବିଦେଶରେ କ୍ଯାନ୍ସର ରୋଗର ଚିକିତ୍ସା କରାଉଥିବା ଅଭିନେତା ଇରଫାନ ଏବେ ଭାରତକୁ ଫେରିବା ନେଇ ଖବର ରହିଛି। ନିକଟରେ ଇଂଲିସ ମିଡ଼ିୟମ ୨ ଫିଲ୍ମ ବିଷୟରେ ଘୋଷଣା କରିବାକୁ ଯାଇ ଆୟୋଜିତ କରାଯାଇଥିବା ଏକ ମିଡ଼ିଆ ସମ୍ମିଳନୀରେ ଖୁଲାସା କରାଯାଇଛି କି, ଖୁବ ଶୀଘ୍ର ତାଙ୍କ ପ୍ରଶଂସକଙ୍କ ନିକଟକୁ ଫେରୁଛନ୍ତି ଅଭିନେତା।

ଲଣ୍ଡନରେ କ୍ଯାନ୍ସର ରୋଗ ନ୍ୟୁରୋ ଏଣ୍ଡୋକ୍ରାଇନ ଟ୍ୟୁମରରେ ପୀଡ଼ିତ ଥିବା ଅଭିନେତା ଦୀପାବଳୀ ପରେ ଭାରତକୁ ଆସୁଥିବା ଜଣାପଡ଼ିଛି। ତେବେ ଫିଲ୍ମ ହିନ୍ଦୀ ମିଡ଼ିୟମ-୨ର ସୁଟିଂ ଆସନ୍ତା ଡ଼ିସେମ୍ବର ମାସ ପ୍ରଥମ ସପ୍ତାହରେ ଆରମ୍ଭ ନେଇ ଖବର ରହିଛି। ତେବେ ଏହା ବିଷୟର ଅଭିନେତାଙ୍କ ତରଫରୁ କୌଣସି ଆଧିକାରୀକ ଘୋଷଣା କରାଯାଇନାହିଁ।

irrfan-khan

ଆପଣଙ୍କୁ ଜଣାଇବାକୁ ଚାହିଁବୁ, ଚଳିତ ବର୍ଷ ମାର୍ଚ୍ଚ ମାସରେ ଇରଫାନ ତାଙ୍କ ରୋଗ ବିଷୟରେ ସୋସିଆଲ ମିଡ଼ିଆରେ କହିଥିଲେ। ସେ ଲେଖିଥିଲେ, ମତେ ହାଇ ଗ୍ରେଡ଼ ନ୍ୟୁରୋ ଏଣ୍ଡୋକ୍ରାଇନ ଟ୍ୟୁମର ହୋଇଛି। ଏହା ଏକ ଅସାଧାରଣ ରୋଗ, ଏହା ବହୁତ କମ ଲୋକଙ୍କୁ ହୋଇଥାଏ। ଏଥିପାଇଁ ମୋର ଚିକିତ୍ସା ଚାଲିଛି। ମୋର ଅଭିଧାନରେ ଏହି ଶଦ୍ଦ ନାହିଁ। ତୁଳନାତ୍ମକଭାବେ ଏହି ରୋଗ ସଂପର୍କରେ ମୋର ଧାରଣା ଖୁବ୍‌ କମ୍‌।