ମଣ୍ଟୁ ଓ ଅନିଶାଙ୍କ ଘରକୁ ଆସିଲା ନୂଆ ଅତିଥି, କନ୍ୟା ସନ୍ତାନକୁ ଜନ୍ମ ଦେଲେ ଅନିଶା

କଟକ (କେନ୍ୟୁଜ୍‌) : ମଣ୍ଟୁ ଓ ଅନିଶା । ଓଡ଼ିଆ ଟେଲିଭିଜନ୍‌ ସିରିଏଲ୍‌ ଜଗତର ଦୁଇଟି ଚର୍ଚ୍ଚିତ ନାଁ । ଜଣେ ହିରୋ ତ ଜଣେ ହିରୋଇନ୍‌ । ଉଭୟ ସିରିଏଲ୍‌ ସହ ଫିଲ୍ମରେ ବି ଅଭିନୟ କରିଛନ୍ତି । ପୁଣି ପରସ୍ପର ବିପକ୍ଷରେ ସେମାନଙ୍କ ଯୋଡ଼ିକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି । ତେବେ ପରଦାର ଏହି ଯୋଡ଼ି ଅନେକ ଦିନରୁ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ଆଉ ଏବେ ସେମାନେ ଏକ ସନ୍ତାନର ମାତା ପିତା ମଧ୍ୟ ହୋଇଛନ୍ତି । ଗତକାଲି ଅନିଶା କଟକର ଏକ ଘରୋଇ ହସପିଟାଲରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଉଭୟ ମା ଓ ଝିଅ ସୁସ୍ଥ ଅଛନ୍ତି । ଉଭୟ ମଣ୍ଟୁ ଓ ଅନିଶା ସୋସିଆଲ ମିଡିଆରେ ଏହି ଖୁସି ଖବର ସେୟାର କରିଛନ୍ତି । ବଲିଉଡ୍‌ରୁ ତାଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି । ଏହି ଦୁଇ ପ୍ରେମୀ ଯୁଗଳ ୨୦୧୬ରେ ବିବାହ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.