ଚବିଶ ଘଣ୍ଟାରେ ଜଳି ଗଲା ଦୁଇ ଦୁଇଟି ଟ୍ରକ୍‌, ତଦନ୍ତ କରୁଛି ପୋଲିସ୍‌

କେନ୍ଦୁଝର (କେନ୍ୟୁଜ୍‌) : ଗତକାଲି ରାତିରେ କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଶୁଆକାଟି ନିକଟରେ ହଠାତ ଏକ ୧୦ ଚକିଆ ଟ୍ରକ ହୁତୁ ହୁତୁ ହୋଇ ଜଳିଯାଇଥିଲା । ସ୍ଥାନୀୟ ଲୋକେ ଖବର ଦେବା ପରେ କେନ୍ଦୁଝର ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି ।

ଗତ ଦୁଇ ଦିନ ଭିତରେ ଏହି ଅଞ୍ଚଳରେ ଦୁଇଟି ଟ୍ରକରେ ନିଆଁ ଲାଗିଥିବା ଜଣାଯାଇଛି । ତେବେ କେଉଁ କାରଣରୁ ନିଆଁ ଲାଗିଛି ତାହା ଜଣାପଡିନାହିଁ। ତେଣୁ ଘଟଣାକୁ ନେଇ ଏହି ଅଞ୍ଚଳର ଲୋକେ ଆଶ୍ଚର୍ଯ୍ୟ ପ୍ରକାଶ କରୁଛନ୍ତି ।

ଟ୍ରକ ଗୁଡିକରେ କେମିତି ନିଆଁ ଲାଗୁଛି ସେନେଇ ପୋଲିସ ଅଧିକ ତଦନ୍ତ କରୁଛି । ଗତ ୨୨ ତରିଖ ରାତିରେ ଗୋଟିଏ ୧୨ ଚକିଆ ଟ୍ରକରେ ନିଆଁ ଲାଗି ଯାଇଥିଲା । ଏହି ଘଟଣାକୁ ୨୪ ଘଣ୍ଟା ନ ପୂରୁଣୁ ପୁଣି ଏକ ଦଶ ଚକିଆ ଟ୍ରକରେ ନିଆଁ ଲାଗିବା ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.