ଦେଶ ପାଇଁ ରୌପ୍ୟ ପଦକ ଜିତିଲେ ଆର.ମାଧବନଙ୍କ ପୁଅ ବେଦାନ୍ତ, ବଢ଼ାଇଲେ ଭାରତର ସମ୍ମାନ

ବଲିଉଡ୍‌ ଅଭିନେତା ଆର୍‌ ମାଧବନ୍‌ଙ୍କର ଅନେକ ଫ୍ୟାନ୍‌ ଅଛନ୍ତି। ନିଜେ ଫିଲ୍ମ ଇଣ୍ଡଷ୍ଟ୍ରୀର ହୋଇଥିଲେ ବି ଆର୍‌.ମାଧବନ ପୁଅ ବେଦାନ୍ତ ମାଧବନ୍‌ଙ୍କୁ ନିଜ ଇଚ୍ଛାରେ କ୍ୟାରିୟର ଚୟନ କରିବା ସୁଯୋଗ ଦେଇଥିଲେ। ଏବେ ଏହାର ସୁଫଳ ତାଙ୍କୁ ମିଳିଛି। ବେଦାନ୍ତ ମାଧବନ ଏବେ ବାପା ଓ ଦେଶର ଗୌରବ ବଢ଼ାଇ ଡେନିସ୍‌ ଓପନ୍‌ ୨୦୨୨ରେ ରୌପ୍ୟ ପଦକ ଜିତିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଆର.ମାଧବନ୍‌ ଏହି ଖୁସି ଖବର ସେୟାର କରିଛନ୍ତି। ଆର. ମାଧବନ୍‌ ପୁଅ ବେଦାନ୍ତଙ୍କର ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ସେ ବେକରେ ସିଲଭର ମେଡାଲ ପିନ୍ଧିଥିବା ଦେଖାଯାଇଛି।

 

View this post on Instagram

 

A post shared by R. Madhavan (@actormaddy)


ବେଦାନ୍ତ ମାଧବନ ଜଣେ ଆଥଲେଟ୍‌। ଏବେ ବେଦାନ୍ତ ଡେନିସ୍‌ ଓପନ ୨୦୨୨ରେ ପହଁରା ପ୍ରତିଯୋଗିତାରେ ପୁରୁଷଙ୍କ ୧୫୦୦ ମିଟର ଫ୍ରି-ଷ୍ଟାଇଲରେ ସିଲଭର ମେଡାଲ ଜିତି ସାରା ବିଶ୍ୱରେ ଭାରତର ଗୌରବ ବଢ଼ାଇଛନ୍ତି। ସେହିପରି ଭାରତର ସାଜନ ପ୍ରକାଶ ୨୦୦ ମିଟର ବଟର ଫ୍ଲାଏ ଇଭେଣ୍ଟରେ ଗୋଲ୍ଡ ମେଡାଲ ଜିତି ଇତିହାସ ରଚିଛନ୍ତି।

ପୁଅର ଭିଡିଓ ସେୟାର କରି ଆର. ମାଧବନ କ୍ୟାପ୍‌ସନ୍‌ରେ ଲେଖିଛନ୍ତି- ଆପଣ ସମସ୍ତଙ୍କ ଆଶୀର୍ବାଦ ଓ ଭଗବାନଙ୍କ କୃପାରୁ ସାଜନ ପ୍ରକାଶ ଓ ବେଦାନ୍ତ ମାଧବନ୍‌ କୋପେନହେଗନ୍‌ରେ ଦ ଡେନିଶ ଓପନ୍‌ରେ ଭାରତ ପାଇଁ ଗୋଲ୍ଡ ଓ ସିଲଭର ମେଡାଲ ଜିତିଛନ୍ତି। ତାଙ୍କ କୋଚ୍‌ ପ୍ରଦୀପ ସାର, ଏସ୍‌ଏଫ୍‌ଆଇ ଓ ଅଂଶଙ୍କୁ ବହୁତ ବହୁତ ଧନ୍ୟବାଦ। ଇନ୍‌ଷ୍ଟାଗ୍ରାମ୍‌ ବ୍ୟତୀତ ସେ ଟ୍ଵିଟରରେ ବି ଫ୍ୟାନ୍‌ଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି।

Also Read: ଆଇପିଏଲ୍‌ ଉପରେ କରୋନାର କଳା ବାଦଲ! ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳି ପଜିଟିଭ୍‌ ଚିହ୍ନଟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.