ଝିଅ ଜନ୍ମ ହେବା ପରେ ପ୍ରଣିଥା ସେୟାର କଲେ ଡେଲିଭରୀ ଭିଡିଓ, ଅଭିନେତ୍ରୀଙ୍କର ହୋଇଯାଇଥିଲା ଏମିତି ଅବସ୍ଥା

ଅଭିନେତ୍ରୀ ପ୍ରଣିଥା ସୁଭାଷ ମା’ ହେବା ପରେ ବହୁତ ଖୁସିରେ ରହିଛନ୍ତି। ଏବେ ସବୁ ସମୟ ଏବଂ ଧ୍ୟାନ ପୁଅର ଲାଳନପାଳନ ଉପରେ କରୁଛନ୍ତି। ପ୍ରଣିଥା ଏବେ ଏକ ଅନସିନ୍‌ ଭିଡିଓ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହିତ ସେୟାର କରିଛନ୍ତି। ଯାହା ଭାଇରଲ ହେଉଛି। ଭିଡିଓଟି ପ୍ରଣିଥାଙ୍କ ଜୀବନର ସବୁଠାରୁ ଖାସ୍‌ ଭିଡିଓ।

ଏହି ଭିଡିଓରେ ପ୍ରଣିଥା ନିଜ ଜୀବନର ସବୁଠାରୁ ସୁନ୍ଦର ମୁହୂର୍ତ୍ତର ଫଟୋ ଏବଂ ଭିଡିଓକୁ ଏକାସାଙ୍ଗରେ ଫ୍ୟାନ୍ସଙ୍କ ପାଇଁ ସେୟାର କରିଛନ୍ତି। ଭିଡିଓରେ ପ୍ରଣିଥାଙ୍କୁ ଡେଲିଭରୀ ରୁମର ରହିଛି। ଯେଉଁଠି ସେ ଝିଅକୁ ଜନ୍ମ ଦେଇଥିବା ଏବଂ ତାର ପ୍ରଥମ ଝଲକ ଦେଖିବାକୁ ମିଳିଛି। ଅଭିନେତ୍ରୀ ପ୍ରଣିଥା ବିଜନେସମ୍ୟାନ ନିତିନ ରାଜୁଙ୍କୁ ବିବାହ କରିଛନ୍ତି।

ଏପ୍ରିଲ ମାସରେ ଅଭିନେତ୍ରୀ ଜଣକ ପ୍ରେଗନେନ୍ସୀ ଖବର ଫ୍ୟାନ୍ସଙ୍କ ସହିତ ସେୟାର କରିଥିଲେ। ୧୨ ଜୁନରେ ଅଭିନେତ୍ରୀ ଡେଲିଭରୀ ରୁମର ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ପ୍ରଣିଥାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

ଭିଡିଓ ଆରମ୍ଭରେ ପ୍ରଣିଥାଙ୍କ ସୋନୋଗ୍ରାଫି ଫଟୋ ଦେଖିବାକୁ ମିଳିଛି। ଏହା ପରେ ପିଲାର ଝଲକ ଆଉ ଅଭିନେତ୍ରୀଙ୍କ ଡେଲିଭରୀ ଦେଖିବାକୁ ମିଳିଛି। ଜୁନ୍‌ ୧୦ ତାରିଖରେ ପ୍ରଣିଥା ଝିଅକୁ ଜନ୍ମ ଦେଇଥିଲେ।