ପ୍ରଥମେ ଭଲ ପାଇଲା, ପରେ ଶାରୀରିକ ସମ୍ପର୍କ ପରେ ଧୋକା ଦେଲା ପ୍ରେମିକ

ସୋର(କେନ୍ୟୁଜ): ଲଭ, ସେକ୍ସ ଆଉ ଧୋକା । ପ୍ରଥମେ ଭଲ ପାଇଲା, ପରେ ଶାରୀରିକ ସମ୍ପର୍କ ପରେ ଧୋକା ଦେଲା ପୁଅ । ଏମିତି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ନଟପଡା ଗାଁରେ । ନଟପଡା ଗାଁର ନରେନ୍ଦ୍ର ବିଦାନ୍ତ ମୁମ୍ବାଇରେ ଏକ ଘରୋଇ କମ୍ପାନିରେ କାମ କରୁଥିଲେ । ସେଠାରେ ତାଙ୍କର ରାୟଗଡା ଜିଲ୍ଲାର ଯୁବତୀଙ୍କ ସହିତ ଦେଖା ସାକ୍ଷାତ ହୋଇଥିଲା । କିଛିଦିନ ପରେ ଦୁହିଁଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ, ଆଉ ପରେ ଶାରୀରିକ ସମ୍ପର୍କ । ଏହା ପରେ ଝିଅଘର ପରିବାରର ଉପସ୍ଥିତିରେ ରାୟଗଡା ଅଞ୍ଚଳର ଏକ ଶିବ ମନ୍ଦିରରେ ଦୁହିଁଙ୍କର ବିବାହ ସମ୍ପର୍ଣ୍ଣ ହୋଇଥିଲା ।

ମାତ୍ର ବାହାଘରର କିଛିଦିନ ପରେ ହଠାତ୍‌ ଝିଅ ଘରୁ ପଳାଇ ଯାଇଥିଲେ ନରେନ୍ଦ୍ର । ସେହି ସମୟରେ ରଶ୍ମିତା ୩ ମାସର ଗର୍ଭବତୀ ଥିଲେ । କୌଣସି ଖବର ନପାଇ ରଶ୍ମିତା ନିଜ ସ୍ୱାମୀଙ୍କୁ ଖୋଜି ଖୋଜି ତାଙ୍କ ଘରେ ପହଞ୍ଚିବା ପରେ ନରେନ୍ଦ୍ର ଆଗରୁ ବିବାହିତ ଥିବା ଏବଂ ତାଙ୍କର ୬ବର୍ଷର ଗୋଟ ପୁଅ ଥିବା ଜାଣିବାକୁ ପାଇଥିଲେ । ଶେଷରେ କୌଣସି ଉପାୟ ନପାଇ ସ୍ଥାନୀୟ ସମାଜସେବୀ ଓ ମହିଳା ସଂଗଠନ ମାଧ୍ୟମରେ ଖଇରା ଥାନାରେ ଅଭିଯୋଗ କରିଥିଲେ ରଶ୍ମିତା । ଖଇରା ପୋଲିସ ନରେନ୍ଦ୍ରକୁ ଥାନାକୁ ଆଣି ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.