ବହୁତ ଜଲ୍‌ଦି ବିବାହ କରିବେ ତମନ୍ନା ଭାଟିଆ, ମୁମ୍ବାଇର ବିଜନେସ୍‌ମ୍ୟାନଙ୍କ ସହିତ ପଡ଼ିବ ହାତଗଣ୍ଠି!

ବାହୁବଲୀ ଫେମ୍‌ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ଘରେ ବହୁତ ଜଲ୍‌ଦି ଶାହାନାଇ ବାଜିବାକୁ ଯାଉଛି। ଅଭିନେତ୍ରୀଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ରିପୋର୍ଟ ମୁତାବକ, ତମନ୍ନା ଖୁବ୍‌ ଜଲ୍‌ଦି ମୁମ୍ବାଇର ଜଣେ ବିଜନେସ୍‌ମ୍ୟାନଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି। ଆସନ୍ତୁ ଜାଣିବା, ପ୍ରକୃତ ସତ କ’ଣ ରହିଛି।

ଏକ ଖବର ମୁତାବକ, ତମନ୍ନା ଭାଟିଆ କନ୍ୟା ହେବାକୁ ପୂରାପୂରି ପ୍ରସ୍ତୁତି କରି ନେଇଛନ୍ତି। ସେ ଜଲ୍‌ଦି ବିବାହ କରିବାକୁ ଯାଉଛନ୍ତି। ଏମିତିରେ ସେ କୌଣସି ବି ନୂଆ ପ୍ରୋଜେକ୍ଟ ସାଇନ୍‌ କରୁନାହାନ୍ତି। କାହିଁକି ନା, ସେ ବହୁତ ଶୀଘ୍ର ବିବାହ ପ୍ରସ୍ତୁତିରେ ବ୍ୟସ୍ତ ହୋଇଯିବେ ଏବଂ ତାଙ୍କୁ ନିଜ ପାଇଁ କିଛି ସମୟ ବି ଦରକାର।

ରିପୋର୍ଟରେ ଦାବି କରାଯାଇଛି ଯେ ତମନ୍ନା ବିଜନେସ୍‌ମ୍ୟାନଙ୍କ ପ୍ରସ୍ତାବକୁ ଗ୍ରହଣ କରି ନେଇଛନ୍ତି ଏବଂ ବିବାହ ପାଇଁ ହଁ ବି କହିଛନ୍ତି। ଯଦିଓ ଅଭିନେତ୍ରୀ ନିଜ ବିବାହ ଖବରକୁ ଏ ପର୍ଯ୍ୟନ୍ତ ନିଶ୍ଚିତ କରି ନାହାନ୍ତି। ଏମିତି ବି କୁହାଯାଉଛି କି, ତମନ୍ନା ଭାଟିଆ ଜଲ୍‌ଦି ନିଜ ବିବାହକୁ ନେଇ ଅଫିସିଆଲ ଘୋଷଣା କରି ପାରନ୍ତି।

ତମନ୍ନା ଭାଟିଆ ବଲିଉଡ୍‌ର ସବୁଠୁ ସୁନ୍ଦରୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ସେ ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ବଢ଼ିଆ କାମ କରିଛନ୍ତି। ସାଉଥ୍‌ ସିନେମାରେ ମଧ୍ୟ ତମନ୍ନାଙ୍କର ବଡ଼ ନାମ ରହିଛି। ସେ ନିଜ କ୍ୟାରିୟରରେ ଅନେକ ହିଟ୍‌ ଫିଲ୍ମ ମଧ୍ୟ ଦେଇଛନ୍ତି, ଯେଉଁଥିରେ ଏକ ବ୍ଲକବଷ୍ଟର ଫିଲ୍ମ ‘ବାହୁବଲୀ’ ବି ରହିଛି।

କିଛି ଦିନ ପୂର୍ବେ ତମନ୍ନା ବିବାହ ଉପରେ କହିଥିଲେ କି, ଲୋକମାନେ ବିବାହକୁ ବହୁତ ଅଧିକ ଗୁରୁତ୍ୱ ଦେଉଛନ୍ତି। ଯେତେବେଳେ ଠିକ୍‌ ସମୟ ଆସିବ, ସେତେବେଳେ ସେ ବିବାହ କରିବେ। କହି ରଖୁଛୁ କି, ଅଭିନେତ୍ରୀଙ୍କ ବିବାହକୁ ନେଇ ଏହା ପ୍ରଥମ ଥର ଚର୍ଚ୍ଚା ହେଉନାହିଁ, ବରଂ ଏଥି ପୂର୍ବରୁ ମଧ୍ୟ ତାଙ୍କ ବିବାହକୁ ନେଇ ଗୁଜବ ସୃଷ୍ଟି ହୋଇଥିଲା। କିନ୍ତୁ ସେହି କଥାରେ କୌଣସି ବି ସତ୍ୟତା ନ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.