ତୁନିଷା ଶର୍ମାଙ୍କ ପରେ ଆଉ ଜଣେ ଅଭିନେତ୍ରୀଙ୍କ ମୃତ୍ୟୁ, ସକାଳୁ ସକାଳୁ ରାସ୍ତା ଉପରେ ଗୁଳି ମାରିଦେଲେ ଦୁର୍ବୃତ୍ତ!

ପଶ୍ଚିମବଙ୍ଗର ହାଓ୍ଵଡା ଜିଲ୍ଲାରେ ବୁଧବାର ଝାଡ଼ଖଣ୍ଡର ଜଣେ ଅଭିନେତ୍ରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପୋଲିସ ସୂଚନା ଅନୁସାରେ, ହାଓ୍ଵଡ଼ା ଜିଲ୍ଲାରେ ବୁଧବାର ସକାଳେ ଜାତୀୟ ରାଜପଥରେ ଏହି ଘଟଣା ଘଟିଛି। ଦୁର୍ବୃତ୍ତମାନେ ଲୁଟ୍‌ପାଟ କରିବା ଉଦ୍ଦେଶ୍ୟରେ ଅଭିନେତ୍ରୀଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ। ଲୁଟ୍‌ର ବିରୋଧ କରିବାରୁ ସେମାନେ ଅଭିନେତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି।

ପୋଲିସ ମୁତାବକ, ଝାଡ଼ଖଣ୍ଡର ଅଭିନେତ୍ରୀ ରିୟା କୁମାରୀ ନିଜ ସ୍ୱାମୀ ପ୍ରକାଶ କୁମାର ଓ ୨ ବର୍ଷର ଝିଅ ସହିତ କାର୍‌ରେ ଜାତୀୟ ରାଜପଥ-୧୬ ଦେଇ କୋଲକାତା ଯାଉଥିଲେ। ପ୍ରକାଶ କୁମାର ଜଣେ ଫିଲ୍ମ ନିର୍ମାତା। ସେ ସକାଳ ପ୍ରାୟ ୬ଟା ବେଳେ ବାଗନାନ ଥାନା ଅନ୍ତର୍ଗତ ମହିଷରେଖା ନିକଟରେ ପରିସ୍ରା ପାଇଁ ଅଟକିଥିଲେ। ଏହି ସମୟରେ ୩ ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି ତାଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ ତାଙ୍କ ଜିନିଷ ଲୁଟିବାକୁ ଲାଗିଥିଲେ। ଯେତେବେଳେ ରିୟା ନିଜ ସ୍ୱାମୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ, ତ ଦୁର୍ବୃତ୍ତମାନେ ତାଙ୍କୁ ଗୁଳି ମାରିଥିଲେ ଏବଂ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ।

ଆହତ ସ୍ତ୍ରୀଙ୍କୁ ପ୍ରକାଶ କୁମାର କାର୍‌ ପର୍ଯ୍ୟନ୍ତ ନେଇଯାଇଥିଲେ ଏବଂ ସାହାଯ୍ୟ ପାଇଁ ପାଖାପାଖି ୩ କିଲୋମିଟର ପର୍ଯ୍ୟନ୍ତ ବୁଲିଥିଲେ। କିଛି ବାଟ ଗଲା ପରେ ଯେତେବେଳେ ପ୍ରକାଶ କୁମାର ରାସ୍ତାପାର୍ଶ୍ୱରେ କିଛି ଲୋକଙ୍କୁ ଦେଖିଥିଲେ, ତ ଘଟଣା ବିଷୟରେ ସେମାନଙ୍କୁ ଜଣାଇଥିଲେ।

ପୋଲିସ କହିଛି କି, ସ୍ଥାନୀୟ ଲୋକମାନେ ପ୍ରକାଶ ଏବଂ ରିୟାଙ୍କୁ ଡାକ୍ତରଖାନା ନେଇଯିବାରେ ସାହାଯ୍ୟ କରିଥିଲେ। କିନ୍ତୁ ସେଠାରେ ଡାକ୍ତରମାନେ ରିୟାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିବା ସହ ରିୟାଙ୍କ ସ୍ୱାମୀ ପ୍ରକାଶଙ୍କୁ ମଧ୍ୟ ଏ ବାବଦରେ ପଚରାଉଚରା କରୁଛି। ଏଥି ସହିତ ପ୍ରକାଶଙ୍କ କାର୍‌କୁ ଫରେନ୍‌ସିକ ତଦନ୍ତ ପାଇଁ ପୋଲିସ ଜବତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.