ଅଜୟ ଦେବଗନ କିଣିଲେ ଦେଶର ସବୁଠୁ ମହଙ୍ଗା SUV, ଜାଣନ୍ତୁ କେତେ ରହିଛି ଏହାର ମୂଲ୍ୟ

ମୁମ୍ବାଇ: ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କର କାର ପ୍ରେମ କାହାରିକୁ ଅଛପା ନାହିଁ । ଏବେ ତାଙ୍କ ଗ୍ୟାରେଜରେ ଏକ ବଡ ଲଗଜୁରୀ କାର ସାମିଲ୍ ହୋଇଛି। ଏବେ ତାଙ୍କ ପାଖରେ ଥିବା କାର ମାନଙ୍କ ଲିଷ୍ଟରେ ଆଉ ଏକ ନା ସାମିଲ୍ ହୋଇଛି । ଯାହାର ନା ହେଉଛି Rolls-Royce Cullinan।

aajayଏହା ଦେଶର ସବୁଠାରୁ ମହଙ୍ଗା ସୁପର ଲଗଜୁରୀ ଏସୟୁଭି(SUV) । ଅଜୟ ଦେବଗନ୍ ନିକଟରେ ଏହି ଏସୟୁଭିକୁ କିଣିଛନ୍ତି । ଯାହାର ମୂଲ୍ୟ ୬.୯୫ କୋଟି ଟଙ୍କା । Rolls-Royce Cullinan କମ୍ପାନୀ ପକ୍ଷରୁ ଏହା ଜାରି କରାଯାଇଥିବା ପ୍ରଥମ ଏସୟୁଭି ଏବଂ ଏହା କମ୍ପାନୀର ଦ୍ବିତୀୟ ମହଙ୍ଗା ଗାଡି । ଅଜୟଙ୍କ ଏହି ଗାଡି ଗାଢା ନୀଳ ରଙ୍ଗର। ଏହି ଗାଡିରେ କଷ୍ଟମାଇଜେସନର ସୁବିଧା ମଧ୍ୟ ଉପଲବ୍ଧ ଅଛି।

ଏହାସହ ପଢନ୍ତୁ:

କୁଲି ନଂ-୧ ସଙ୍ଗ୍ ରିହର୍ସଲ୍ ସମୟରେ ମସ୍ତି ମୁଡରେ ନଜର ଆସିଲେ ସାରା, ଭିଡିଓ ହେଉଛି ଭାଇରାଲ୍

 

ଏହାକୁ ୪ ସିଟର କିମ୍ବା ୫ ସିଟରରେ କଷ୍ଟମାଇଜ୍ ମଧ୍ୟ କରାଯାଇପାରିବ। ଅଜୟ ଏହି ଏସୟୁଭି ପାଇଁ ବହୁ ମାସ ପୂର୍ବରୁ ଅର୍ଡର ଦେଇଥିଲେ । ଏହି ଏସୟୁଭିର ଇଞ୍ଜିନ୍ ବହୁତ ପାୱାରଫୁଲ୍ । ଏଥିରେ କମ୍ପାନୀ ୬.୮ ଲିଟର କ୍ଷମତାର ଭି୧୨ ପେଟ୍ରୋଲ ଇଞ୍ଜିନର ପ୍ରୟୋଗ କରିଛି । ଯାହା୫୬୦ ବିଏଚପି ପାୱାର ୮୫୦ ଏନଏମ୍ ଟରକ୍ବି ଜେନେରୋଟ୍ କରିଥାଏ । କାରଣ ଏହି ଏସୟୁଭି ଆକାରରେ ବହୁତ ବଡ । ଯେଉଁଥି ପାଇଁ ଏଥିରେ ଅଲ୍ ହ୍ବିଲ୍ ଷ୍ଟିୟରିଙ୍ଗ ସିଷ୍ଟମ ଦିଆଯାଇଛି । ଯାହାକି ଏହାର ଟର୍ଣ୍ଣିଙ୍ଗ ରେଡିୟସକୁ କମ୍ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.