ଗୋଟିଏ ପ୍ରଶ୍ନର ଉତ୍ତର ପାଇଁ, କରଣ ଦେଲେ ଅଜୟଙ୍କୁ ଅଡି କାର ଉପହାର

ମୁମ୍ବାଇ : ବଲିଉଡ଼ର ଆକ୍ସନ ସୁପରଷ୍ଟାର ଅଜୟ ଦେବଗନଙ୍କୁ ନିର୍ଦ୍ଦେଶକ କରଣ ଜୋହର ଦେଇଛନ୍ତି ଅଡି କାର। ଅଜୟ ଦେବଗନଙ୍କ ଚାଟ ଶୋରେ ଦେଇଥିବା କଳାକାର ଭାବେ ବିବେଚିତ ହୋଇଛନ୍ତି । ଯାହା ଫଳରେ ତାଙ୍କୁ ଅଡି ଏ୫ କାର ଉପହାର ଭାବେ ମିଳିଛି। ଅଜୟ ଦେବଗନଙ୍କୁ ତାଙ୍କର ଗୋଟିଏ ପ୍ରଶ୍ନର ଉତ୍ତର ପାଇଁ ମିଳିଛି ଏହି କାର। ଅଜୟଙ୍କୁ କଫି ଉଇଥ କରଣ ସିଜନ ୬ର ବିଜେତା ଘୋଷଣା କରାଯାଇଛି।

ajay devgan

 

କରଣଙ୍କ ଚାର୍ଟ ଶୋରେ ଏକ ନିୟମ ରହିଥିଲା। ଯେଉଁଥିରେ ପୁରା ସିଜନ ମଧ୍ୟରେ ଯେଉଁ କଳାକାର ସବୁଠାରୁ ଭଲ ଉତ୍ତର ଦେଇଥିଲେ ତାଙ୍କୁ ଅଡି କାର ଉପହାର ଭାବେ ଦିଆଯିବେ। ଏହି ଶୋରେ ଅଜୟ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ କାଜଲଙ୍କ ସହ ଯାଇଥିଲେ। ସେଠାରେ ଅଜୟଙ୍କ ପ୍ରଶ୍ନଉତ୍ତର ଦର୍ଶକଙ୍କୁ ବେଶ ଭଲ ଲାଗିଥିବା ବେଳେ ଏବେ ତାଙ୍କୁ ସିଜନର ବିଜେତା ଘୋଷଣା କରାଯାଇଛି।

ajay 2

ଆସନ୍ତୁ ଜାଣିବା ଅଡି ଏ୫ ସ୍ପୋର୍ଟବ୍ୟାକର ଖାସିୟତ୍

ଅଡି ଏ୫କୁ ୨୦୧୭ ମସିହାରେ ୫୪ ଲକ୍ଷ ଟଙ୍କାରେ ଲଞ୍ଚ କରାଯାଇଥିଲା। ଅଜୟଙ୍କୁ ଯେଉଁ କାର ମିଳିଛି ତାହା ୨୦୧୮ ମସିହାର ମଡେଲ ଅଟେ। ଏଥିରେ ଖାସ ଫିଚର ରହିଛି। ଏହି କାରରେ ପେନୋରାମିକ୍ ସନରୁଫ, ଫୁଲ ଏଲସିଡି କ୍ଲଷ୍ଟର, ଅଡି ଏମଏମଆଇ ଭଳି ଫିଚର ସାମିଲ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.