Below header

ଏମିତି କପଡା ପିନ୍ଧି ମନ୍ଦିରରେ ପହଂଚିଲେ ଶିବଭକ୍ତ ଅଜୟ ଦେବଗନ, ସୋସିଆଲ୍ ମିଡିଆରେ ଲୋକ ଲଗାଇଦେଲେ କ୍ଲାସ୍

ବଲିଉଡ୍ ସିଙ୍ଘମ ଅଜୟ ଦେବଗନ୍ । ନିଜର ନିଖୁଣ ଅଭିନୟ ଏବଂ ଆକ୍ସନ୍ ପାଇଁ ଦର୍ଶକଙ୍କ ମହଲରେ ବେଶ୍ ଲୋକପ୍ରିୟ । ଦର୍ଶକଙ୍କୁ ଅନେକ ସୁପରହିଟ୍ ଫିଲ୍ମ ଭେଟି ଦେଇଥିବା ଅଜୟଙ୍କର ଅନେକ ସିନେମାରେ ଭଗବାନ୍ ଶିବଙ୍କୁ ସ୍ଥାନ ଦିଆଯାଇଛି । ତାଙ୍କ ଛାତିରେ ଥିବା ଭଗବାନ୍ ଶିବଙ୍କ ଟାଟୁକୁ ସିଙ୍ଘମ, ସନ୍ ଅଫ୍ ସରଦାର, ଅଲ୍ ଦ ବେଷ୍ଟ ଏବଂ ଗୋଲମାଲ୍ ଭଳି ଫିଲ୍ମରେ ଦେଖାଯାଇଛି । କିନ୍ତୁ ନିକଟରେ ଭଗବାନ ଶିବଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବାକୁ ଯାଇଥିବା ଅଜୟଙ୍କୁ ଟ୍ରୋଲ୍ କରିଛନ୍ତି ଦର୍ଶକ ।

ନିଜର ଆଗାମୀ ଫିଲ୍ମ ଭୁଜ – ଦ ପ୍ରାଇଡ୍ ଇଣ୍ଡିଆର ସୁଟିଂ ଆରମ୍ଭ କରିସାରିଛନ୍ତି ଅଜୟ । ତେବେ ଏହି ସୁଟିଂ ସମୟରେ ଶ୍ରୀ ନାଗନାଥ ମହାଦେବଙ୍କୁ ଦର୍ଶନ ପାଇଁ ମନ୍ଦିରରେ ପହଂଚିଥିଲେ ଅଜୟ । ଯାହାର କିଛି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । କାରଣ ଯେଉଁ ଗେଟ ଅପରେ ଅଜୟ ଦର୍ଶନ ପାଇଁ ଯାଇଥିଲେ ତାହା କିଛି ୟୁଜରଙ୍କୁ ପସନ୍ଦ ଆସିନଥିଲା ।

ଏହା ସହ ପଢନ୍ତୁ ସାମ୍ନାକୁ ଆସିଲା ସୁସ୍ମିତାଙ୍କ ବିବାହ ତାରିଖ, ଜାଣନ୍ତୁ କେବେ ଧରିବେ ବୟଫ୍ରେଣ୍ଡ ରୋହମନଙ୍କ ହାତ

ପ୍ରକୃତରେ ସର୍ଟ୍ସ ପିନ୍ଧି ମନ୍ଦିର ଯାଇଥିଲେ ଅଜୟ । ବାସ୍ ଅଜୟଙ୍କ ଏହି ସର୍ଟ୍ସ ହିଁ ୟୁଜରଙ୍କୁ ପସନ୍ଦ ଆସିନଥିଲା । ୟୁଜର ଟ୍ରୋଲ୍ କରିବା ସହ ଅଜୟଙ୍କୁ ପରାମର୍ଶ ଦେବାକୁ ଆରମ୍ଭ କରିଦେଇଥିଲେ ଯେ ଏପରି ପିନ୍ଧି ମନ୍ଦିର ଯିବା ଉଚିତ୍ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.