Below header

ନବୋଦୟ ବିଦ୍ୟାଳୟ ସମିତିର ଷଷ୍ଠ ଶ୍ରେଣୀରେ ନାମଲେଖା ପାଇଁ ରେଜିଷ୍ଟ୍ରେସନ ଆରମ୍ଭ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ନବୋଦୟ ବିଦ୍ୟାଳୟ ସମିତି ପକ୍ଷରୁ ଷଷ୍ଠଶ୍ରେଣୀରେ ନାମଲେଖା ପାଇଁ ସିଲେକ୍ସନ ଟେଷ୍ଟ ପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହୋଇ ଯାଇଛି। ଏହି ଟେଷ୍ଟ ଜରିଆରେ ଷଷ୍ଠ ଶ୍ରେଣୀରେ ଦାଖଲ ହେବା ପାଇଁ ସର୍ଟଲିଷ୍ଟ କରାଯିବ। ବର୍ତ୍ତମାନ ୨୮ଟି ରାଜ୍ୟ, ୭ଟି କେନ୍ଦ୍ରଶାସିତ ଅଞ୍ଚଳରେ ୬୬୧ଟି ବିଦ୍ୟାଳୟ ରହିଛି। ଇତିମଧ୍ୟରୁ ୬୩୬ଟି କାମ କରୁଛି।
ଏଥିରେ ଦାଖଲ ହେବା ପାଇଁ ଦୁଇଟି ପର୍ଯ୍ୟାୟରେ ଚୟନ ପ୍ରକ୍ରିୟା କରାଯିବ। ପ୍ରଥମ ପ୍ରକ୍ରିୟା ୧୧ ଜାନୁଆରୀ ୨୦୨୦କୁ ହେବାକୁ ଥିବା ବେଳେ ଦ୍ୱିତୀୟ ପ୍ରକ୍ରିୟା ୧୧ ଏପ୍ରିଲ ୨୦୨୦ରେ ହେବ। ଏଥରେ ଆବେଦନ କରିବାର ତାରିଖ ୧୫ ସେପ୍ଟେମ୍ବର ୨୦୧୯ ରହିଛି। ଏଥିପାଇଁ ଆପଣକୁ କୌଣସି ପଇସା ଦେବାକୁ ପଡିନାହିଁ। ଟେଷ୍ଟ ମଧ୍ୟ ଆଞ୍ଚଳିକ ଭାଷାରେ କରାଯିବ। ଟେଷ୍ଟ ରେଜିଷ୍ଟ୍ରେସନ ପାଇଁ ଆବେଦନକାରୀଙ୍କୁ www.navodaya.gov.in ଏବଂ www.nvsadmissionclassix.in   ଯିବାକୁ ହେବ। ଏଥିପାଇଁ ଦୁଇଟି ପ୍ରକ୍ରିୟାରେ ମଧ୍ୟ ଆଡମିଟ କାର୍ଡ ମିଳିବ। ପ୍ରଥମ ପର୍ଯ୍ୟାୟ ଆଡମିଟ କାର୍ଡ ଡିସେମ୍ବର ୧, ୨୦୧୯ ଏବଂ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଆଡମିଟ କାର୍ଡ ମାର୍ଚ୍ଚ ୧, ୨୦୨୦ରେ ଜାରି ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.